ସ୍ମିତାରାଣୀଙ୍କ ଘଟଣାରେ ଏସପି ଚରଣ ସିଂ ମୀନାଙ୍କ ମନ୍ତବ୍ୟକୁ ବିରୋଧ କରି ଜିଲ୍ଲା ବିଜେପି ପକ୍ଷରୁ ସମସ୍ତ ଥାନା ଓ ଫାଣ୍ଡିରେ ଏତଲା

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ଧର୍ମଶାଳା ବ୍ଲକ ହରିଦାଶପୁର ପି ଇ ଓ ସ୍ମିତାରାଣୀ ଙ୍କ ଚରିତ୍ର ସଂହାର ଏବଂ ତଦନ୍ତରେ ଅବହେଳା ପ୍ରଦର୍ଶନ କରବା ଅଭିଯୋଗରେ ଯାଜପୁର ଜିଲ୍ଲା ବିଜେପି ପକ୍ଷରୁ ଆଜି ଜିଲ୍ଲାର ସମସ୍ତ ଥାନା ଓ ଫାଣ୍ଡି ରେ ଏସ ପି ଚରଣ ସିଂ ମିନା ଙ୍କ ବିରୋଧ ରେ ଏତଲା ଦିଆଯାଇଛି। ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ ଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ କିଆନାଳି ଛକରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଯାଜପୁର ଥାନା ରେ ପହଞ୍ଚିଥିଲେ। ବିଜେପି ସାଧାରଣ ସମ୍ପାଦକ ସୁଦୀପ୍ତ ପଣ୍ଡା ଏସ ପି ଙ୍କ ବିରୋଧ ରେ ଯାଜପୁର ଥାନା ଅଧିକାରୀ ଆଶିଷ କୁମାର ସାହୁଙ୍କ ନିକଟରେ ଏତଲା ଦେଇଥିଲେ।

jajpur bjp1

ଗତ ୧୬ ତାରିଖରେ ସ୍ମିତାରାଣୀ ଙ୍କ ମୃତ ଦେହ ହରିଦାସପୁର ସରପଂଚ ଙ୍କ ଗେଷ୍ଟ ହାଉସ ରୁ ଉଦ୍ଧାର ହୋଇଥିଲା। ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ଜିଲା ବନ୍ଦ ର ମଧ୍ୟ ଡ଼ାକରା ଦେଇଥିଲା ବିଜେପି।ଏହି ଅବସରରେ ମୃତ୍ୟୁଞ୍ଜୟ ମିଶ୍ର,ଦୀପ୍ତିରେଖା ମିଶ୍ର,ଜିତେନ୍ଦ୍ର ବେହେରା,ହୃଷିକେଶ ମେକାପ,ମନ୍ମଥ ବରାଳ ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.