ଆଜି ଆସିପାରେ ବିଜେପିର ୭୦ ବିଧାନସଭା ଓ ୩ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା

ଦିଲ୍ଲୀରେ ବିଜେପିର ଟିକେଟ କସରତ । ଆଜି ଆସିପାରେ ପ୍ରାୟ ୭୦ ବିଧାନସଭା ଓ ବାକି ୩ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା । ନୂଆଦିଲ୍ଲୀରେ ଗତକାଲି ରାତିରେ ବିଜେପିର କୋର କମିଟି ଓ କେନ୍ଦ୍ରୀୟ ନେତୃବର୍ଗଙ୍କ ବୈଠକରେ ଆଲୋଚନା ହୋଇଛି ।

ଦିଲ୍ଲୀରେ ବିଜେପିର ଟିକେଟ କସରତ । ଆଜି ଆସିପାରେ ପ୍ରାୟ ୭୦ ବିଧାନସଭା ଓ ବାକି ୩ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା । ନୂଆଦିଲ୍ଲୀରେ ଗତକାଲି ରାତିରେ ବିଜେପିର କୋର କମିଟି ଓ କେନ୍ଦ୍ରୀୟ ନେତୃବର୍ଗଙ୍କ ବୈଠକରେ ଆଲୋଚନା ହୋଇଛି ।

ବିଳମ୍ବିତ ରାତି ଯାଏ ଚାଲିଥିଲା ବୈଠକ । ଏଥିରେ ଓଡ଼ିଶାର ବିଧାନସଭା ଆସନ ଓ ବାକି ଥିବା ୩ ଲୋକସଭା ଆସନ ଯାଜପୁର, କଟକ ଓ କନ୍ଧମାଳ ନେଇ ଆଲୋଚନା କରାଯାଇଛି । ଗତକାଲି ବିଜେପି ଦିଲ୍ଲୀ ମୁଖ୍ୟାଳୟରେ ବିଜେପି କୋର କମିଟି ବୈଠକ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ହୋଇଛି।

ଓଡ଼ିଶା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ଓ ମନମୋହନ ସାମଲ ଉପସ୍ଥିତ ଥିଲେ। ବୈଠକରେ ବିଜେପି ଜାତୀୟ ସାଧାରଣ ସଂପାଦକ ବିଏଲ ସନ୍ତୋଷ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ସମ୍ବିତ ପାତ୍ର ମଧ୍ୟ ସାମିଲ ହୋଇଥିଲେ । ନାଁ ଚୂଡାନ୍ତ ପାଇଁ ଦିଲ୍ଲୀ ଗସ୍ତରେ ଅଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି।

କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଆଲୋଚନା ପରେ ପ୍ରାର୍ଥୀ ତାଲିବାରେ ଦିଲ୍ଲୀରେ ବାଜିବ ମୋହର। ପୂର୍ବରୁ ଗୋଟିଏ ପର୍ଯ୍ୟାୟରେ ରାଜ୍ୟର ୧୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେପି। ବିଧାନସଭା ପ୍ରାର୍ଥୀ ତାଲିକା ଆସି ନାହିଁ। ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନଥିବାରୁ ଆଶାୟୀ ପ୍ରାର୍ଥୀମାନେ ଭୁବନେଶ୍ବରରୁ ଦିଲ୍ଲୀ ଯାଏ ଲବିରେ ମାତିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.