ଚୋରି କରିବା ପୂର୍ବରୁ ଦୋକାନ ଛାତ ଉପରେ ଯୋଗ କଲା ଚୋର, ଭାଇରାଲ ହେଉଛି ଭିଡିଓ

ଏବେ ନିକଟରେ ଇଣ୍ଟରନେଟରେ ଏକ ଏମିତି ଭିଡିଓ ଦେଖିବାକୁ ମିଳୁଛି, ଯାହାକୁ ଦେଖି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବା ସହିତ ଆପଣଙ୍କୁ ହସିବା ପାଇଁ ବାଧ୍ୟ କରାଇଦେବ । ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଯଦି ଭାବୁଥିବେ ଏହା କେଉଁ ସୁସ୍ଥ ସ୍ୱାସ୍ଥ୍ୟ ବାର୍ତ୍ତାର ଭିଡିଓ ତାହେଲେ ଆପଣ ଭୁଲ ଭାବୁଛନ୍ତି । କାହିଁକିନା ବାସ୍ତବରେ କିନ୍ତୁ ଘଟଣାଟି ପୂରା ଅଲଗା ।

ଇଣ୍ଟରନେଟରେ ଆପଣ ଚୋରର ଚୋରୀ ଭିଡିଓ ପ୍ରାୟତଃ ଦେଖିଥିବେ । ଯେ ଚୋର କିପରି ଭାବେ ଦୋକାନରେ ଏବଂ ଘରେ ଚୁପ୍‌ ଚୁପ୍‌ ପଶି ଚୋରି କରେ । କିନ୍ତୁ ଆପଣ କେବେ ଦେଖିଛନ୍ତି କି ଯେ ଚୋରି କରିବା ପୂର୍ବରୁ ଚୋର ନିଜକୁ କେମିତି ପ୍ରସ୍ତୁତ କରେ ।

ହଁ ଏବେ ନିକଟରେ ଇଣ୍ଟରନେଟରେ ଏକ ଏମିତି ଭିଡିଓ ଦେଖିବାକୁ ମିଳୁଛି, ଯାହାକୁ ଦେଖି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବା ସହିତ ଆପଣଙ୍କୁ ହସିବା ପାଇଁ ବାଧ୍ୟ କରାଇଦେବ । ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଯଦି ଭାବୁଥିବେ ଏହା କେଉଁ ସୁସ୍ଥ ସ୍ୱାସ୍ଥ୍ୟ ବାର୍ତ୍ତାର ଭିଡିଓ ତାହେଲେ ଆପଣ ଭୁଲ ଭାବୁଛନ୍ତି । କାହିଁକିନା ବାସ୍ତବରେ କିନ୍ତୁ ଘଟଣାଟି ପୂରା ଅଲଗା ।

ଏ ଭିଡିଓରେ ଯୋଗ କରୁଥିବା ବ୍ୟକ୍ତି ହେଉଛି ଜଣେ ଚୋର । ଯିଏ କି ଚୋରୀ କରିବା ପୂର୍ବରୁ ଭଲକି ଯୋଗ କରୁଥିବାର ନଜର ଆସୁଛି । ଇଏ ଚୋର ପୁଣି ଜଣେ ମହିଳା । ଯିଏ କି ବର୍ତ୍ତମାନ ନିଜର ଏହି ହରକତ କାରଣରୁ ରହିଛନ୍ତି ଭାରି ଚର୍ଚ୍ଚାରେ । ଭିଡିଓରେ ମହିଳା ଚୋରଙ୍କର ଏହି ହରକତ୍‌ ଦେଖି ଲୋକଙ୍କର ହସ ଆଦୌ ବି ବନ୍ଦ ହେଉନି । ସେହିପରି ଆଉ କିଛି ଲୋକ ତ ଭିଡିଓକୁ ଦେଖି ଖୁବ୍‌ ପ୍ରତିକ୍ରୀୟା ଦେଉଛନ୍ତି ।

ତେବେ କୁହାଯାଉଛି ଯେ ଏହି ଭିଡିଓ ହେଉଛି ଅଷ୍ଟ୍ରେଲିୟାର । ଯେଉଁଥିରେ ମହିଳା ଚୋର କରୁଥିବା ଏହି କାମକୁ ଯିଏ ଦେଖୁଛି ସିଏ ହସୁଛି । ଭିଡିଓରେ ଆପଣ ମହିଳା ଚୋରର ନିଜର ହେଲ୍ଥକୁ ନେଇ ଡେଡିକେସନ ଦେଖିପାରିବେ । ଆପଣ ଦେଖିପାରୁଥିବେ କେମିତି ଚୋରଟି ବେକେରୀ ସପକୁ ଚଳୁ କରିବା ପୂର୍ବରୁ ଯୋଗ ଏବଂ ଷ୍ଟ୍ରେଚିଙ୍ଗ କରିବାକୁ ଲାଗୁଛି । ଆଉ ଜଲଦି ଜଲଦି ଯୋଗ କରିବା ପରେ ଚୋରି କରି ପୂରା ଦୋକାନକୁ ଚଳୁ କରିଦେଉଛି ।

କିନ୍ତୁ ମହିଳା ଚୋର ଜଣଙ୍କୁ ଏହା ଆଉ ଜଣାନଥିଲା ଯେ ତାଙ୍କର ଏହିସବୁ ହରକତ୍‌ ପାଖରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହେଉଛି ବୋଲି । ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଚୋରୀର ଏହି କାଣ୍ଡ ୩ ମାର୍ଚ୍ଚରେ ଘଟିଥିଲା । ଯେଉଁଠି ଏହି ଚୋରଣୀ ନିଜ କାମକୁ ଅଞ୍ଜାମ୍‌ ଦେବା ପାଇଁ ଏକ ବେକେରୀକୁ ଟାର୍ଗେଟ କରିଥିଲେ । ତେବେ ଆପଣ କୁହନ୍ତୁ ଏ ଭିଡିଓରେ ଚୋରର ଏ ଯୋଗାଭ୍ୟାସ ଦେଖିବା ପରେ ଆପଣଙ୍କ ପ୍ରତିକ୍ରୀୟା କଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.