ରାସ୍ତାରେ ଠିଆ ହୋଇ କାନ୍ଦିଲେ ଜମାଟୋ ଡେଲିଭରୀ ବଏ, ସୋସିଆଲ ମିଡିଆରେ ଭାଇରାଲ

ଜମାଟୋର ଜଣେ ଡେଲିଭରୀ ବଏ ରାସ୍ତାରେ ଠିଆ ହୋଇ କାନ୍ଦୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସ୍ଥାନଟି ଉତ୍ତର ଦିଲ୍ଲୀର ଜିଟିବି ନଗର ବୋଲି ଜଣାପଡ଼ିଛି ।

ଜମାଟୋର ଜଣେ ଡେଲିଭରୀ ବଏ ରାସ୍ତାରେ ଠିଆ ହୋଇ କାନ୍ଦୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସ୍ଥାନଟି ଉତ୍ତର ଦିଲ୍ଲୀର ଜିଟିବି ନଗର ବୋଲି ଜଣାପଡ଼ିଛି । ସୋହମ୍‌ ଭଟ୍ଟାଚାର୍ଯ୍ୟ ନାମକ ବ୍ୟକ୍ତି ଏହି ଡେଲିଭରୀ ବଏଙ୍କ ଫଟୋ ସହିତ ଏକ ଭାବପୂର୍ଣ୍ଣ ବାକ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ସୋହମ୍‌ କହିଛନ୍ତି, ‘ଏହି ଯୁବକ ଦାବି କରିଛନ୍ତି ଯେ କିଛି ଦିନ ଭିତରେ ତାଙ୍କ ଭଉଣୀର ବାହାଘର । ହେଲେ ଜମାଟୋ ତାଙ୍କ ଆକାଉଣ୍ଟକୁ ବ୍ଲକ୍‌ କରି ଦେଇଛି । ଯୁବକ ଜିଟିବି ନଗର ନିକଟରେ ଠିଆ ହୋଇ କାନ୍ଦୁଥିବାର ଦେଖିବାକୁ ମିଳିଥିଲା । ସେ ଲୋକମାନଙ୍କୁ ଟଙ୍କା ମାଗୁଛନ୍ତି ଏବଂ କହୁଛନ୍ତି ଯେ ସେ କିଛି ଖାଇ ନାହାନ୍ତି । ସେ ଭଉଣୀର ବାହାଘର ପାଇଁ ଟଙ୍କା ସଂଗ୍ରହରେ ବ୍ୟସ୍ତ ଅଛନ୍ତି । ଯଦି ସମ୍ଭବ ଏହାକୁ ଭାଇରାଲ କରନ୍ତୁ’ ।

ଫଟୋରେ ଡେଲିଭରୀ ବଏ କାନ୍ଦୁଥିବାର ସ୍ପଷ୍ଟ ଦେଖାଯାଉଛି । ତେବେ ପୋଷ୍ଟଟି ସେୟାର ହେବା ପରଠାରୁ ୨୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ସେପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ଜମାଟୋ ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛି ।

ଜମାଟୋ ଲେଖିଛି, ‘ଆମେ ଏପରି ମାମଲାକୁ ଗମ୍ଭୀରତାର ସହ ନେଉ । ଆମେ ଆପଣଙ୍କୁ ଆଶ୍ୱସନା ଦେଉଛୁ ଯେ ଏହି ସମସ୍ୟା ଉପରେ ଦୃଷ୍ଟି ଦେବୁ । ଆମର ଡେଲିଭରୀ ପାର୍ଟନର ଗ୍ରାହକଙ୍କ ପରି ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.