ମଣ୍ଡିରେ କଙ୍ଗନା ରାଣାଓ୍ଵତଙ୍କ ରୋଡ୍‌ ଶୋ’, କହିଲେ, ‘ମୋତେ ଜଣେ ହିରୋଇନ୍‌ ବୋଲି ଭାବନ୍ତୁ ନାହିଁ’

ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ତଥା ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ଶୁକ୍ରବାର ରୋଡ୍‌ ଶୋ’ କରିଛନ୍ତି । ଏହି ସମୟରେ କଙ୍ଗନା ଲୋକଙ୍କୁ ସମ୍ବୋଧିତ କରିଥିଲେ ।

ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ତଥା ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ଶୁକ୍ରବାର ରୋଡ୍‌ ଶୋ’ କରିଛନ୍ତି । ଏହି ସମୟରେ କଙ୍ଗନା ଲୋକଙ୍କୁ ସମ୍ବୋଧିତ କରିଥିଲେ । ସେ କହିଥିଲେ ଯେ କଙ୍ଗନା ଜଣେ ହିରୋଇନ୍ କି ଷ୍ଟାର୍‌ ବୋଲି ଭାବନ୍ତୁ ନାହିଁ । କଙ୍ଗନାଙ୍କୁ ନିଜର ଭଉଣୀ, ନିଜର ଝିଅ ବୋଲି ଭାବନ୍ତୁ । ସମସ୍ତେ ମୋର ପରିବାର ।

କଙ୍ଗନା କହିଛନ୍ତି ଯେ ଆପଣ ଏଠାରେ ପ୍ରବଳ ଭିଡ଼ ଦେଖି ପାରୁଥିବେ । ଅନେକ ଲୋକ ଏଠାକୁ ଆସିଛନ୍ତି । ସେମାନେ ସମସ୍ତେ ଗର୍ବିତ ଯେ ମଣ୍ଡିର ଝିଅ, ମଣ୍ଡିର ରାଷ୍ଟ୍ରବାଦୀ ସ୍ୱର ଏହି ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ୱ କରିବ ।

କଙ୍ଗନା ଆହୁରି ମଧ୍ୟ କହିଛନ୍ତି କି, ଜୟରାମ ଠାକୁର ବହୁତ ଜଲ୍‌ଦି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ମୁଁ ଆପଣଙ୍କ ଝିଅ ଓ ଭଉଣୀ । ଛୋଟମୋଟ ଭୁଲ କରିପାରେ । ବହୁ ପୂର୍ବରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ଆଲୋଚନା ହେଉଥିଲା । ସମସ୍ତେ ଘରକୁ ଆସି ଖୁସି ହୁଅନ୍ତି ।

କହି ରଖୁଛୁ ଯେ ବିଜେପି ତରଫରୁ କଙ୍ଗନା ରାଣାଓ୍ଵତଙ୍କୁ ମଣ୍ଡି ଆସନରୁ ପ୍ରାର୍ଥୀ କରାଯିବା ପରେ କଂଗ୍ରେସ ବିଧାୟକ ବିକ୍ରମାଦିତ୍ୟ ସିଂ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ କି, ଯେତେବେଳେ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଆସିଥିଲା, ସେହି ସମୟରେ କଙ୍ଗନା କେଉଁଠି ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.