ପୋଖରୀରେ ବୁଡି ଶିଶୁ ମୃତ, ମାମୁଁ ଘର ଆସିଥିଲା ବୁଲିବାକୁ

ପୋଖରୀରେ ବୁଡି ଜଣେ ଶିଶୁର ମୃତ୍ୟୁ । ଏପରି ଅଘଟଣ ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କିସ୍ମତ କୃଷ୍ଣପୁର ପଂଚାୟତ ବୋଉମାଘେରି ଗ୍ରାମରେ । ଜଣେ 8 ବର୍ଷର ଶିଶୁ ପୋଖରୀରେ ପଡି ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି ।

ବାସୁଦେବପୁର : ପୋଖରୀରେ ବୁଡି ଜଣେ ଶିଶୁର ମୃତ୍ୟୁ । ଏପରି ଅଘଟଣ ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କିସ୍ମତ କୃଷ୍ଣପୁର ପଂଚାୟତ ବୋଉମାଘେରି ଗ୍ରାମରେ । ଜଣେ 8 ବର୍ଷର ଶିଶୁ ପୋଖରୀରେ ପଡି ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ମୃତ ଶିଶୁ ବାସୁଦେବପୁର ମୁନିସିପାଲଟିର 1 ନମ୍ବର ୱାର୍ଡ ରାଧାନାଥପୁର ଅଡିଆ ଗ୍ରାମର ରଂଜିତ ଜାନାଙ୍କ ପୁଅ ଚନ୍ଦନ(8)।

ଚନ୍ଦନ ଗତ ଦୁଇଦିନ ହେବ ମାମୁଁ ଘର ବୋଉମାଘେରିକୁ ବୁଲିବାକୁ ଆସିଥିଲା । ଆଜି ମାମୁଁ ଘର ଦାଣ୍ଡରେ ଖେଳୁଥିବା ସମୟରେ ନିକଟରେ ଥିବା ପୋଖରୀରେ ପଡିଯାଇଥିଲା। ମାମୁଁଘର ଲୋକେ ଖୋଜା ଖୋଜି କରି  ନପାଇବାରୁ ପୋଖରୀରେ ପଡିଯାଇଥିବା ସନ୍ଦେହ କରି ଖୋଜାଖୋଜି କରିଥିଲେ। ପରେ ଉକ୍ତ ପୋଖରୀରୁ ଚନ୍ଦନକୁ ପାଇଥିଲେ। ମାମୁଁଘର ଲୋକେ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାକୁ ନେଇଆସିଥିଲେ। ହେଲେ ଡାକ୍ତର ସେଠାରେ ଚନ୍ଦନକୁ ମୃତ୍ୟୁ ଘୋଷଣା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.