କେଦାରନାଥ ଜ୍ୟୋତିର୍ଲିଙ୍ଗର କାହାଣୀ, ଜାଣନ୍ତୁ କ’ଣ ଏହାର ଇତିହାସ

କେଦାରନାଥ ଭଗବାନ ଶିବଙ୍କର ଚିର ପରିଚିତ ବାସସ୍ଥାନ, ଏହା ହେଉଛି ପୃଥିବୀର ସ୍ୱର୍ଗ ପରି । ମାନ୍ୟତା ରହିଛି ଯଦି କେହି ଭଗବାନ କେଦାରନାଥଙ୍କ ଦର୍ଶନ ନକରି ବଦ୍ରିନାଥ ଧାମକୁ ଯାଆନ୍ତି, ତେବେ ତାଙ୍କର ଯାତ୍ରା ବୃଥା ହୋଇଯାଏ । ତେବେ ଆସନ୍ତୁ ଏହି ମନ୍ଦିର ନିର୍ମାଣ ପଛର କାହାଣୀ ବିଷୟରେ ଜାଣିବା ।

ଦେଶର ବାର ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରେ କେଦାରନାଥ ଧାମର ରହିଛି ସ୍ୱତନ୍ତ୍ର ମାହାତ୍ମ୍ୟ । କିଭଳି ହୋଇଥିଲା କେଦାରନାଥଙ୍କ ଆବିର୍ଭାବ ଏବଂ ସର୍ବପ୍ରଥମେ କିଏ କରିଥିଲେ କେଦାରନାଥଙ୍କ ଦର୍ଶନ । ତେବେ ଆସନ୍ତୁ ଏହି ମନ୍ଦିର ସହ ଜଡିତ ରହସ୍ୟ ବିଷୟରେ ଜାଣିବା । ଧାର୍ମିକ କାହାଣୀ ଅନୁଯାୟୀ ଏହି ପ୍ରାଚୀନ ମନ୍ଦିର ଏବଂ ଜ୍ୟୋତିର୍ଲିଙ୍ଗ ପାଣ୍ଡବଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ‘ସ୍କନ୍ଦ ପୁରାଣ’ରେ ଭଗବାନ ଶଙ୍କର ମାତା ପାର୍ବତୀଙ୍କୁ କୁହନ୍ତି,’ ହେ ପ୍ରାଣେଶ୍ୱରୀ! ଏହି କ୍ଷେତ୍ରଟି ମୋ ପରି ପ୍ରାଚୀନ ଅଟେ ।

ଏହି ସ୍ଥାନରେ ହି ଭଗବାନ ଶିବ ସୃଷ୍ଟିର ସଂରଚନା କରିଥିଲେ, ସେବେଠାରୁ ଏହି ସ୍ଥାନ ଭଗବାନ ଶିବଙ୍କ ବାସସ୍ଥାନରେ ପରିଣତ ହୋଇଛି । କେଦାରନାଥ ଭଗବାନ ଶିବଙ୍କର ଚିର ପରିଚିତ ବାସସ୍ଥାନ, ଏହା ହେଉଛି ପୃଥିବୀର ସ୍ୱର୍ଗ ପରି । ମାନ୍ୟତା ରହିଛି ଯଦି କେହି ଭଗବାନ କେଦାରନାଥଙ୍କ ଦର୍ଶନ ନକରି ବଦ୍ରିନାଥ ଧାମକୁ ଯାଆନ୍ତି, ତେବେ ତାଙ୍କର ଯାତ୍ରା ବୃଥା ହୋଇଯାଏ । ତେବେ ଆସନ୍ତୁ ଏହି ମନ୍ଦିର ନିର୍ମାଣ ପଛର କାହାଣୀ ବିଷୟରେ ଜାଣିବା । ପଞ୍ଚକେଦାରଙ୍କ କାହାଣୀ ଅନୁଯାୟୀ ମହାଭାରତ ଯୁଦ୍ଧରେ ଜିତିବା ପରେ ପାଣ୍ଡବମାନେ ଭାତୃହତ୍ୟା ପାପରୁ ମୁକ୍ତ ହେବାକୁ ଚାହୁଁଥିଲେ । ଏଥିପାଇଁ ସେ ଭଗବାନ ଶଙ୍କରଙ୍କ ଆଶୀର୍ବାଦ ପାଇବାକୁ ଚାହୁଁଥିଲେ, କିନ୍ତୁ ଭଗବାନ ଶିବ ପାଣ୍ଡବଙ୍କ ଉପରେ ରାଗିଥିଲେ ।

ତେଣୁ ଭଗବାନ ଶଙ୍କର ଅଦୃଶ୍ୟ ହୋଇ କେଦାରରେ ବସବାସ କଲେ । ପାଣ୍ଡବ ଭଗବାନ ଶିବଙ୍କୁ ଖୋଜି ଖୋଜି କେଦାରରେ ପହଞ୍ଚିଥିଲେ । ସେତେବେଳେ ଭଗବାନ ଶଙ୍କର ଏକ ଷଣ୍ଢର ରୂପ ନେଇ ଅନ୍ୟ ପଶୁମାନଙ୍କ ସହିତ ମିଶି ଯାଇଥିଲେ । କିନ୍ତୁ ଭୀମ ଭଗବାନ ଶିବଙ୍କୁ ଚିହ୍ନି ପାରିଥିଲେ ଏବଂ ଭଗବାନ ଶିବ ଯେଉଁ ଷଣ୍ଢ ରୂପରେ ଥିଲେ ତାଙ୍କୁ ଯାଇ ଧରିନେଇଥିଲେ । କିନ୍ତୁ ଏହି ସମୟରେ ଷଣ୍ଢଟି ଭୂମିରେ ଅଦୃଶ୍ୟ ହେବା ଆରମ୍ଭ କରିଥିଲେ ଆଉ ଏହି ସମୟରେ ଭୀମ ଏହି ଷଣ୍ଢର ପଛ ଭାଗକୁ ଟାଣିଦେଇଥିଲେ । ଯାହାଦ୍ୱାରା ଷଣ୍ଢର ମୁଣ୍ଡ ଏବଂ ଶରୀର ଅଲଗା ହୋଇଯାଇଥିଲା । ଏହା ପରେ ପଞ୍ଚୁ ପାଣ୍ଡବ ଭଗବାନ ଶିବଙ୍କ ଦର୍ଶନ ପାଇବା ପାଇଁ ଖୁବ ପ୍ରାଥନା କରିଥିଲେ । ପରେ ଭଗବାନ ଶିବ ପାଣ୍ଡବଙ୍କ ଭକ୍ତି ଓ ନିଷ୍ଠା ଦେଖି ତାଙ୍କ ଉପରେ ପ୍ରସନ୍ନ ହୋଇଥିଲେ ।

ସେ ସଙ୍ଗେ ସଙ୍ଗେ ପାଣ୍ଡବଙ୍କୁ ଦର୍ଶନ ଦେଲେ ଏବଂ ସେମାନଙ୍କୁ ସମସ୍ତ ପାପରୁ ମୁକ୍ତ କରିଥିଲେ । ପରେ ସେହି ଷଣ୍ଢର ମୁଣ୍ଡ ପଡିଥିବା ସ୍ଥାନରେ ଏକ ଶିବଲିଙ୍ଗ ଆବିର୍ଭାବ ହୋଇଥିଲା ଏବଂ ଏହାପରେ ପାଣ୍ଡବମାନେ ସେହି ସ୍ଥାନରେ ଏକ ଭବ୍ୟ ମନ୍ଦିର ସ୍ଥାପନା କରିଥିଲେ । ସେହି ଦିନଠାରୁ ଭଗବାନ ଶଙ୍କରଙ୍କୁ ଶ୍ରୀ କେଦାରନାଥରେ ପୂଜାପାଠ କରାଯାଏ । ଏହା ଉତ୍ତରାଖଣ୍ଡର ସବୁଠାରୁ ବଡ ଏବଂ ସୁନ୍ଦର ଶିବ ମନ୍ଦିର, ଯାହା କଟା ପଥରର ବିଶାଳ ଶିଳାଖଣ୍ଡରେ ନିର୍ମିତ । ଏହି ଭବ୍ୟ ମନ୍ଦିର ପ୍ରାୟ ୮୦ ତମ ଶତାବ୍ଦୀରେ ବୋଲି ବିଶ୍ୱାସ କରାଯାଏ । ଦେଶର ବାର ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରେ କେଦାରଶ୍ୱର ଜ୍ୟୋତିର୍ଲିଙ୍ଗ ସର୍ବୋଚ୍ଚ । ଶ୍ରାବଣ ମାସରେ, କାଉଡିଆମାନେ ଜଳ ଚଢାଇବା ପାଇଁ କେଦାରନାଥକୁ ଆସନ୍ତି ।

ବିଶ୍ୱାସ କରାଯାଏ ଯେ ଏଠାରେ ଜଳ ଅର୍ପଣ କରିବା ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳିଥାଏ । ଏହି ମନ୍ଦିରକୁ ନେଇ ଅନେକ ରହସ୍ୟ ମଧ୍ୟ ରହିଛି । ଦୀପାବଳିରେ ଏହି ମନ୍ଦିରର ଦ୍ୱାର ଦୀର୍ଘ ୬ ମାସ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଏ । ପୁରୋହିତ ଦ୍ୱାର ବନ୍ଦ କରି ପ୍ରଭୁଙ୍କ ମୂର୍ତ୍ତି ପର୍ବତ ତଳେ ଉଖିମଠକୁ ୬ ମାସ ପର୍ଯ୍ୟନ୍ତ ନେଇଯାଇଥାନ୍ତି । ୬ ମାସ ପରେ, ମେ ମାସରେ, କେଦାରନାଥଙ୍କ ଦ୍ୱାର ଖୋଲା ହୁଏ ଏବଂ ପୁନର୍ବାର ଭକ୍ତମାନେ ଭଗବାନ ଶଙ୍କରଙ୍କ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି ।

ଏହି ୬ ମାସ ପର୍ଯ୍ୟନ୍ତ କେହି ମନ୍ଦିର ଏବଂ ଏହାର ଆଖପାଖରେ ରହନ୍ତି ନାହିଁ, କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏଠାରେ ଜଳୁଥିବା ଦୀପଟି ଦୀର୍ଘ ୬ ମାସ ପର୍ଯ୍ୟନ୍ତ ଜଳି ରହିଥାଏ ଏବଂ କ୍ରମାଗତ ଭାବରେ ପୂଜା ମଧ୍ୟ କରାଯାଏ । ଏହା ମଧ୍ୟ ଆଶ୍ଚର୍ଯ୍ୟର ବିଷୟ ଯେ କବାଟ ଖୋଲିବା ପରେ ମନ୍ଦିରର ପରିଷ୍କାର ପରିଚ୍ଛନ୍ନତା ଏଭଳି ଥାଏ ଯେପରି ୬ ମାସ ପୂର୍ବରୁ ଦ୍ୱାର ବନ୍ଦ କରିବା ସମୟରେ ଥିଲା । ସେହିପରି ୨୦୧୩ ରେ କେଦାରନାଥରେ ହୋଇଥିବା ବନ୍ୟାରେ ବ୍ୟାପକ ଧ୍ୱଂସ ଘଟିଥିଲା ​​ଏବଂ ହଜାର ହଜାର ଲୋକ ଜଳ ତରଙ୍ଗରେ ହଜିଯାଇଥିଲେ । କିନ୍ତୁ ଏହି ମନ୍ଦିରର କୌଣସି କ୍ଷୟକ୍ଷତି ହୋଇନଥିଲା । ଏହିଭଳି ଭାବେ କେଦାରନାଥଙ୍କୁ ନେଇ ଅନେକ ରହସ୍ୟ ଜଡିତ । ଯେଉଁ ରହସ୍ୟର ଆଜି ପର୍ଯ୍ୟନ୍ତ ମଧ୍ୟ ସମାଧାନ ହୋଇପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.