Below header

ଅନ୍ଧବିଶ୍ୱାସର ଅନ୍ଧଗଳିରେ ମଣିଷ : ଭୂତ ଭୟ ପିଲାଙ୍କୁ ସଂପର୍କୀୟଙ୍କ ଘରେ ଛାଡି ଦେଉଛନ୍ତି ଅଭିଭାବକ

ଭଦ୍ରକ(କେନ୍ୟୁଜ୍) : ବୈଜ୍ଞାନିକ ଯୁଗରେ ମଧ୍ୟ ଦେଖିବାକୁ ମିଳୁଛି ଅନ୍ଧବିଶ୍ବାସର କରୁଣ ପରିଣତି। ଭଦ୍ରକ ଜିଲ୍ଲା ପିରାହାଟ କାନପୁର ଗାଁରେ ଭୂତ ଭୟ । ନିଜ ପିଲାଙ୍କୁ ନେଇ ସଂପର୍କୀୟଙ୍କ ଘରେ ଛାଡି ଆସୁଛନ୍ତି ପରିବାର ଲୋକ । ଗାଁର ବେହେରା ସାହି, ମାଝୀ ସାହି ଓ ଗୁହାରୀ ସାହିର ପାଖାପାଖି ୫୦ରୁ ଅଧିକ ପିଲାଙ୍କୁ ସଂପର୍କୀୟଙ୍କ ଘରେ ଛାଡି ଦେଇଛନ୍ତି ବାପା ମାଆ ।

ଲୋକଙ୍କ କହିବା ଅନୁସାରେ ଗାଁର ୪ ଜଣ ପିଲାଙ୍କ ଦେହରେ ଆତ୍ମା ସବାର ହେଉଛି । ସେମାନଙ୍କ ଭିତରୁ କିଏ ପାଣିକୁ ଡେଉଁଛି ତ ଆଉ କିଏ ରସି ଧରି ଆତ୍ମହତ୍ୟା କରିବାକୁ ଧାଉଁଛି । କେହି ଗୁଣି ଗାରେଡି କରି ଏଭଳି କରୁଥିବା ଲୋକେ ବିଶ୍ୱାସ କରୁଛନ୍ତି । ଏହି ଘଟଣାକୁ ନେଇ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି । ତେଣୁ ପିଲାଙ୍କୁ ନେଇ ସଂପର୍କୀୟଙ୍କ ଘରେ ଛାଡି ଦେଉଛନ୍ତି ବାପା ମାଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.