ସ୍କୁଲ ଓ କଲେଜ ଖୋଲିବା ପୂର୍ବରୁ ବିଏମସି ଜାରି କଲା ହେଲ୍‌ପ ଲାଇନ ନମ୍ବର, ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସାନିଟାଇଜେସନକୁ ଗୁରୁତ୍ୱ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱରରେ ସ୍କୁଲ, କଲେଜ ଖୋଲିବା ପୂର୍ବରୁ ବୈଠକରେ ଆଲୋଚନା କରିଛି ବିଏମ୍‌ସି। ବିଏମସି ପକ୍ଷରୁ ଏକ ହେଲ୍‌ପ ଲାଇନ ଜାରି କରାଯାଇଛି। ସ୍କୁଲ କର୍ତ୍ତୃପକ୍ଷ ଏହି ନମ୍ବରରେ ଯୋଗାଯୋଗ କରିପାରିବେ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସାନିଟାଇଜେସନକୁ ଗୁରୁତ୍ୱ ଦିଆଯାଇଛି। ହଷ୍ଟେଲରେ ମଧ୍ୟ ଏସଓପି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିୟମିତ ବ୍ୟବଧାନରେ ତଦାରଖ ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିବା କହିଛନ୍ତି ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ।

ସେହିପରି ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ନିୟମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଏଣିକି ଲିଙ୍ଗରାଜ ମନ୍ଦିରକୁ ପ୍ରବେଶ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ଆଉ ଦରକାର ହେବ ନାହିଁ। ସ୍କି୍ରନିଂ କରି ସମସ୍ତଙ୍କୁ ଲିଙ୍ଗରାଜ ମନ୍ଦିରକୁ ଛଡ଼ାଯିବ। କୋଭିଡ ଲକ୍ଷଣ ଦେଖାଗଲେ ଟେଷ୍ଟ କରାଯିବ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.