ସ୍ୱାଭିମାନ ଅଞ୍ଚଳରେ ଚାଲିବ ବୋଟ ଆମ୍ବୁଲାନ୍ସ , ସାଧାରଣତନ୍ତ୍ର ଦିବସରୁ ଏହି ସେବା ଲାଗୁ କରିବ ବିଏସଏଫ

ମାଲକାନଗିରି (କେନ୍ୟୁଜ): ସ୍ୱାଭିମାନ ଅଞ୍ଚଳରେ ଚାଲିବ ବୋଟ ଆମ୍ବୁଲାନ୍ସ । ସାଧାରଣତନ୍ତ୍ର ଦିବସରୁ ଏହି ସେବା ଲାଗୁ କରିବ ବିଏସଏଫ । ବାଲିମେଳା ଡ୍ୟାମର ଉଭୟ ପାର୍ଶ୍ୱରେ ଏହି ସେବା ଲାଗୁ କରାଯିବ । ୩୦ରୁ ୩୫ ଗ୍ରାମର ପ୍ରାୟ ୧୦ହଜାର ଲୋକ ଉପକୃତ ହେବେ । ଏହି ବୋଟ ଆମ୍ବୁଲାନ୍‌ସ ରୋଗୀଙ୍କ ନିକଟରେ ପହଂଚି ଚିକିତ୍ସା ସେବା ଯୋଗାଇବା ସହ ସେମାନଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିବ ବୋଲି କହିଛନ୍ତି ବିଏସଏଫ ଆଇ ଜି ଏସ ସି ବୁଡାକୋଟି।

ଆସନ୍ତା କିଛି ବର୍ଷ ଭିତରେ ଆନ୍ଧ୍ର ଓଡିଶା ସୀମା ହେବ ସମ୍ପୂର୍ଣ୍ଣ ମାଓ ମୁକ୍ତ। ବିଏସଏଫ ରାଜ୍ୟର ମାଓ ମୁକାବିଲାରେ ବହୁ ଗୁରୁତ୍ୱପୂର୍ଣ୍ଣ କାମ କରିଛି । କୋରାପୁଟ ଓ ମାଲକାନଗିରିରେ ମାଓବାଦୀଙ୍କ ଗତିବିଧି ରୋକା ଯିବା ସହ ସ୍ୱାଭିମାନ ଅଂଚଳର ୯ ଗ୍ରାମ ପଞ୍ଚାୟତର ୧୫୧ ଗାଁର ୩୦ହଜାର ଲୋକଙ୍କୁ ଯୋଡ଼ା ଯାଇ ପାରିଛି । ମୋଟୁ ବ୍ରିଜ ର୍ନିମାଣ ଦ୍ୱାରା ତେଲେଙ୍ଗାନା ଓ ଆନ୍ଧ୍ର ସହ ଓଡିଶାର ସଡକ ପଥ ସଂଯୋଗ କରାଯାଇପାରିଛି।

କୋରାପୁଟ ଓ ମାଲକାନଗିରିରେ ବହୁ ନୂତନ ଥାନା ମଧ୍ୟ ବିଏସଏଫ ସହାୟତାରେ ର୍ନିମାଣ ହୋଇଛି । ନୂଆ ସ୍କିଲ ଓ ଜ୍ଞାନ କୌଶଳ ପ୍ରଶିକ୍ଷଣ ପାଇଁ ଚଳିତ ବର୍ଷ ୧୨୦ ଲୋକଙ୍କୁ ରାଞ୍ଚ ଓ ହାଇଦ୍ରାବାଦ ନିଆ ଯାଇଛି। କୋରାପୁଟ ଓ ମାଲକାନଗିରିରେ ସ୍କୁଲ , ବ୍ରିଜ ମେଡିକାଲ ଭଳି ବହୁ ଉନ୍ନତିକରଣ କାମ ବିଏସଏଫ ସହାୟତାରେ ଚାଲିଥିବା ସୂଚନା ଦେଇଛନ୍ତି ବିଏସଏଫ ଆଇ ଜି ଏସ ସି ବୁଡାକୋଟି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.