ମଝି ସମୁଦ୍ରରେ ପେଟ୍ରୋଲ ସରିଯିବାରୁ ଅଚଳ ହୋଇଗଲା ବୋଟ, ୧ ଘଣ୍ଟା ପରେ ଉଦ୍ଧାର ହେଲେ ଯାତ୍ରୀ

ରାଜନଗର (କେନ୍ୟୁଜ): କେନ୍ଦ୍ରାପଡା ଜିଲ୍ଲା ରାଜନଗର ପେଣ୍ଠ ସମୁଦ୍ରରେ ବଡ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ୬ ପର୍ଯ୍ଯଟକ । ବୋଟରେ ପେଟ୍ରୋଲ ସରିଯିବାରୁ ମଝି ସମୁଦ୍ରରେ ପର୍ଯ୍ଯଟକ ୧ଘଣ୍ଟା ଧରି ଫସିରହିବା ପରେ ହାତଠାରି ସାହାଯ୍ଯ ମାଗିଥିଲେ ମାତ୍ର ବିଡମ୍ବନା ଇକୋ ରିଟ୍ରିଟ୍‌ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ କୌଣସି ସହଯୋଗ ଯୋଗାଇ ଦିଆଯାଇପାରିନଥିଲା । ବୋଟଟି ସୌଭାଗ୍ଯ ବଶତଃ ଭାସି ଆସି କୂଳରେ ଲାଗିଥିଲା । ଏହାହିଁ ଇକୋ ରିଟ୍ରିଟ୍‌ ର ଦାୟିତ୍ୱ ହୀନତାକୁ ଦର୍ଶାଉଛି ।

କେନ୍ଦ୍ରାପଡାରୁ ଇକୋ ରିଟ୍ରିଟ୍‌ ବୁଲି ଆସିଥିବା ପର୍ଯ୍ଯଟକ ଅଭିଯୋଗ ଅନୁଯାୟୀ ଇକୋ ରିଟ୍ରିଟ୍‌ ତରଫରୁ ସମୁଦ୍ରରେ ବୋଟିଂ କରିବାର ସୁବିଧା ଯୋଗାଇ ଦିଆଯାଇଥିଲା । ସମୁଦ୍ର ମଧ୍ୟରେ ୨କିମି ବୋଟରେ ବୁଲାଇବା ପାଇଁ ୧୨୦୦ ଟଙ୍କା ପର୍ଯ୍ଯଟକଙ୍କ ଠାରୁ ନିଆଯାଇଥିଲା । କିନ୍ତୁ ବୋଟଟି ସମୁଦ୍ର ମଝିକୁ ଗଲାପରେ ହଠାତ ପେଟ୍ରୋଲ ସରିଯିବାରୁ ବୋଟଟି ବନ୍ଦ ହୋଇ ସେହିଠାରେ ରହିଯାଇଥିଲା । ଗଭୀର ସମୁଦ୍ର ମଧ୍ୟରେ ଉଚ୍ଚ ଜୁଆରରେ ବୋଟଟି ଯେଉଁଭଳି ଭାବେ ମାଡ ନେଉଥିଲା ଦେଖିଲେ ଦେହ ଶିହିରି ଉଠୁଥିଲା ।

ଏହି ଛାତିଥରା ଦୃଶ୍ଯ ସମୁଦ୍ର କୂଳରେ ଥିବା ପର୍ଯ୍ଯଟକଙ୍କୁ କିଛି ସମୟ ପାଇଁ ସ୍ତମ୍ଭିଭୂତ କରିଦେଇଥିଲା । ଭଗବାନଙ୍କ କୃପାରୁ ଆମେ ଜୀବନ ବଞ୍ଚାଇ କୂଳକୁ ଫେରିଲୁ ବୋଲି ଫସି ରହିଥିବା ପର୍ଯ୍ଯଟକ କହିଛନ୍ତି । ଅନ୍ଯପଟେ ନିଜର ତୃଟି କୁ ସ୍‌ୀକାର କରିବା ସହ ପର୍ଯ୍ଯଟକଙ୍କ ଟଙ୍କା ଫେରାଇ ଦେଇଥିବା ଇକୋ ରିଟ୍ରିଟ୍‌ କର୍ମଚାରୀ କହିଛନ୍ତି । ପର୍ଯ୍ଯଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ପେଣ୍ଠ ସମୁଦ୍ର କୂଳରେ ସରକାର ଇକୋ ରିଟ୍ରିଟ୍‌ ଆୟୋଜନ କରିଛନ୍ତି । ଇ ଫ୍ଯାକ୍ଟର ଠିକାସଂସ୍ଥା ତରଫରୁ ଏହି ଇକୋ ରିଟ୍ରିଟ୍‌ ଆୟୋଜନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.