ବସ-କାର ମୁହାଁମୁହିଁ ଧକ୍କା : ୨ ମୃତ, ୨ ଗୁରୁତର

କଳାହାଣ୍ଡି (କେନ୍ୟୁଜ): କଳାହାଣ୍ଡି କେସିଙ୍ଗାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବିଳମ୍ବିତ ରାତିରେ ଏନ ଏଚ ୨୬ କେସିଙ୍ଗା ଥାନା ଚାଂଚେର ନିକଟରେ ଭୁବନେଶ୍ୱର ଯାଉଥିବା ପ୍ରାଇଭେଟ୍‌ ଏକ୍ସପ୍ରେସ ଦିଲଖୁସ ବସ ଓ ଏକ କାର ମୁହାଁମୁହିଁ ଧକ୍କା ହେବା ଫଳରେ କାରରେ ଥିବା ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି।

ମୃତକ ଦୁଇଜଣ ଭବାନୀପାଟଣାର ବୋଲି ଜଣା ପଡିଛି। ଦୁର୍ଘଟଣା ପରେ କାର ଚୁରମାର ହୋଇଯାଇଛି। ବସ ଓ କାର ଦୁର୍ଘଟଣାରେ ୨ ମହିଳା ଗୁରୁତର ହୋଇ ଭବାନୀପାଟଣା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.