ଯୁବକକୁ ତଣ୍ଟି କାଟି ନାଳରେ ଫିଙ୍ଗିଦେବା ଘଟଣାର ପର୍ଦ୍ଦାଫାଶ, ୩୦ ହଜାର ଟଙ୍କା ପାଇଁ ହୋଇଥିଲା ହତ୍ୟା

କରଞ୍ଜିଆ(କେନ୍ୟୁଜ୍): ଗତ ୧୪ ତାରିଖ ରାତିରେ ମୟୁରଭଞ୍ଜ ଜିଲ୍ଲା ଝାଡ଼ବେଡା ନିକଟ ସଙ୍ଗାତମରା ନାଳ ଭିତରୁ ଯଶୀପୁର ଥାନା ଗେନ୍ତେଇ ସାହିର ଧନେଶ୍ୱର ଗୁଇୟାର ଗଳିତ ମୃତଦେହ ମିଳିବା ପରେ ଏକ ହତ୍ୟା ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଥିଲା ପୋଲିସ୍। ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରି ଗତକାଲି ପୋଲିସ୍ କ୍ରାଇମ ସିନ ରିକ୍ରିଏସନ କରି ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଥିବା ଜଣାପଡିଛି ।

ପୋଲିସର ସୂଚନା ଅନୁଯାୟୀ ଗତ ୪ ତାରିଖ ଦିନ ଗେନ୍ତେଇସାହିର ଧନେଶ୍ୱର ଗୁଇୟା ଅଜବେଷ୍ଟସ କିଣିବାକୁ ଘରୁ ୩୦ ହଜାର ଟଙ୍କା ନେଇ ସେହି ଗାଁର ପିତାମ୍ବର ବେହେରା ନାମକ ଜଣେ ଯୁବକ ସହ ଏକ ବାଇକ ଯୋଗେ ଭଞ୍ଜକିଆ ବଜାରକୁ ଆସିଥିଲେ। ସମୟରେ ଗେନ୍ତେଇସାହି ଓ ଭଞ୍ଜକିଆ ରାସ୍ତାରେ ଥିବା ଝାଡ଼ବେଡା ଗାଁ ନିକଟ ସଙ୍ଗାତମରା ନାଳ ପାଖରେ ପୂର୍ବ ଯୋଜନା ଅନୁଯାୟୀ ଏକ କଟୁରୀ ସାହାଯ୍ୟରେ ଧନେଶ୍ୱରକୁ ତଣ୍ଟି କାଟି ହତ୍ୟା କଲାପରେ ସେହି ନାଳ ଭିତରେ ଫିଙ୍ଗିଦେଇ ଏକ ପଥରକୁ ମୃତଦେହ ଉପରେ ଚାପି ଦେଇଥିଲା ପିତାମ୍ବର। ଏହାପରେ ଘରକୁ ପଳାଇ ଆସିଥିଲା।

ଗତ ୧୪ ତାରିଖ ରାତିରେ ଧନେଶ୍ୱରର ମୃତଦେହ ମିଳିବା ପରେ ପୋଲିସ ପିତାମ୍ବରକୁ ଅଟକ ରଖି ପଚରାଉଚରା କରିବା ବେଳେ ସେ ଧନେଶ୍ୱରକୁ ହତ୍ୟା କରିଥିବା ନେଇ ପୋଲିସ୍ ଆଗରେ ସ୍ୱୀକାର କରିବା ସହ ଟଙ୍କା ଲୋଭରେ ତାକୁ ମାରିଛି ବୋଲି ପ୍ରକାଶ କରିଥିଲା। ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଏକ କଟୁରୀ,ମୋବାଇଲ, ମନିପର୍ସ ଓ ଗୋଟିଏ ବାଇକକୁ ପୋଲିସ ଜବତ କରିଥିବା ବେଳେ ଆଜି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ୍ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.