ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ଦେହସାରା କଟା ଦାଗ

କଣ୍ଟାମାଳ(କେନ୍ଯୁଜ୍): ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର । ଦେହସାରା କଟା ଦାଗ । ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ କେହି ଅତି ନିର୍ମମ ଭାବେ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ବୌଦ୍ଧ ଜିଲ୍ଲା ମନମୁଣ୍ଡା-କଣ୍ଟାମାଳ ରାସ୍ତାର ଗୋପାଳମାଳ ପେଟ୍ରୋଲ ପମ୍ପ ନିକଟରେ ପଡିରହିଥିଲା ମୃତଦେହ । ମୃତକଙ୍କ ପରିଚୟ ମିଳିପାରିନାହିଁ ।

ଶୀତୁଆ ସକାଳରେ କିଛି ଲୋକ ମୃତଦେହ ଦେଖି ପୋଲିସକୁ ଖବର ଦେଇଥଇଲେ । ମନମୁଣ୍ଡା ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.