ଭୁବନେଶ୍ୱରରୁ ଉଦ୍ଧାର ମୁଣ୍ଡ ବିହୀନ ମହିଳାଙ୍କ ମୃତଦେହ କାହାର ? ଆଧାରକାର୍ଡ ଖୋଜିବା ପ୍ରୟାସରେ ପୋଲିସ୍,ଏମ୍‌ସର ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା

ଭୁବନେଶ୍ୱର : ଭୁବନେଶ୍ୱର ଅନ୍ଧାରୁଆରୁ ଉଦ୍ଧାର ମୁଣ୍ଡ ବିହୀନ ମହିଳାଙ୍କ ମୃତ ଦେହ କାହାର ? ୪ ଦିନ ପରେ ଭୁବନେଶ୍ୱରରୁ ମିଳିଥିବା ମୁଣ୍ଡବିହୀନ ମହିଳାଙ୍କ ପରିଚୟ ପାଇନି ପୋଲିସ । ମହିଳାଙ୍କ ପରିଚୟ ଜାଣିବା ପାଇଁ ଫିଙ୍ଗର ପ୍ରିଣ୍ଟ ଯାଞ୍ଚ କରିବାକୁ ଓକାକ୍‌ ପଠାଯାଇଛି । ମହିଳାଙ୍କ ସମସ୍ତ ଆଙ୍ଗୁଠିର ଛବି ସଂଗ୍ରହ କରି ଓକାକ୍‌ ପଠାଯାଇଛି । ଏଠାରେ ଆଧାର କାର୍ଡ ପ୍ରସ୍ତୁତ ହୋଇଥାଏ । ଫିଙ୍ଗରପ୍ରିଣ୍ଟ ତଥ୍ୟକୁ ନେଇ ମହିଳାଙ୍କ ଆଧାର କାର୍ଡ ଖୋଜିବା ପାଇଁ ପୋଲିସ ପ୍ରୟାସ କରିଛି । ମହିଳାଙ୍କ ପରିଚୟ ମିଳିନଥିବାରୁ ତଦନ୍ତରେ ଅଗ୍ରଗତି ହୋଇପାରୁନାହିଁ । ମହିଳାଙ୍କ ମୁଣ୍ଡ ନଥିବାରୁ ତାଙ୍କ ରେଟିନା ସ୍କାନ ସମ୍ଭବ ନୁହଁ । ତେଣୁ ମହିଳାଙ୍କ ଆଧାରକାର୍ଡ ମିଳିବା ନେଇ ପୋଲିସ ସନ୍ଦେହ ଘେରରେ ରହିଛି ।

ଏପଟେ ଏମ୍‌ସର ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି । ତେବେ କିଏ ଓ କାହିଁକି ମହିଳାଙ୍କୁ ଏପରି ବିଭତ୍ସ ଭାବେ ହତ୍ୟା କଲା । ବଳି ପାଇଁ ମହିଳାଙ୍କୁ ହତ୍ୟା କରାଯାଇନାହିଁ ତ ? ମହିଳା ଜଣଙ୍କ ଗର୍ଭବତୀ ଥିଲେ କି ? ପରକୀୟା ପ୍ରିତିରୁ ତାଙ୍କୁ ହତ୍ୟା କରାଯାଇନାହିଁ ତ ? ଏମ୍‌ସର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅନେକ ପ୍ରଶ୍ନରୁ ଦରଦା ଉଠିବ । ସେପଟେ ମହିଳାଙ୍କ ପରିଚୟ ଜାଣିବା ପାଇଁ ସର୍ବସାଧାରଣ ସ୍ଥାନରେ ପୋଷ୍ଟର ଲଗାଯାଇଛି ପୋଲିସ । ବସଷ୍ଟାଣ୍ଡ, ରେଳ ଷ୍ଟେସନ, ଆନ୍ତଃଜିଲ୍ଲା ବସ୍‌ ଓ ବାହାର ରାଜ୍ୟକୁ ଯାଉଥିବା ବସରେ ପୋଷ୍ଟର ମାରିଛି ପୋଲିସ । ଏହାସହ ପୋଲିସ ଘୋଷଣା କରିଛି ସୂଚନା ଦେଲେ ମିଳିବ ୫୦ ହଜାର ଟଙ୍କା ପୁରସ୍କାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.