ପାରାଦୀପ ସମୁଦ୍ର କୂଳରୁ ଉଦ୍ଧାର ହେଲା ବିରଳ ପ୍ରଜାତି ଷ୍ଟେନେଲା ଡଲଫିନ୍‌ର ମୃତଦେହ

ପାରାଦୀପ(କେନ୍ଯୁଜ୍): ପାରାଦୀପ ସମୁଦ୍ର କୂଳରୁ ଉଦ୍ଧାର ହେଲା ବିରଳ ପ୍ରଜାତି ଷ୍ଟେନେଲା ଡଲଫିନ୍‌ର ମୃତଦେହ। ସାଢେ ୪ଫୁଟ ଲମ୍ବର ଏହି ଡଲଫିନ୍‌ର ଓଜନ ପ୍ରାୟ ୨୦ରୁ ୨୫ କେଜି ମଧ୍ୟରେ ହେବ। ଏହାର ଉପର ଭାଗ କଳା ଚିକ୍‌ ଚିକ୍‌ ଦେଖାଯାଉଥିବାବେଳେ ଏହାର ମୁହଁ ଲମ୍ବା ଥଂଣ୍ଟ ଭଳି ବାହାରିଛି। ବ୍ରାଜିଲ୍‌ ଓ ଫ୍ରାନ୍‌ସ ଆଦି ଦେଶରେ ଏହି ପ୍ରଜାତିର ଡଲଫିନ୍‌ ଦେଖିବାକୁ ମିଳିଥାଏ।

ପାରାଦୀପ ବନ୍ଦରର ୫ ନମ୍ବର ଗେଟ୍‌ ନିକଟ ହନୁମାନ ମନ୍ଦିର ପଛପଟ ସମୁଦ୍ର କୂଳରୁ ଉଦ୍ଧାର କରାଯାଇଥିଲା। ଖବର ପାଇ ବନବିଭାଗ ଅଧିକାରୀ ଡଲଫିନର ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛନ୍ତି। କିପରି ଡଲଫିନର ମୃତ୍ୟୁ ହେଲା ବ୍ୟବଛେଦ ପରେ ଜଣାପଡିବ ବୋଲି ବନବିଭାଗ କହିଛି।

Leave A Reply

Your email address will not be published.