ଦିଲ୍ଲୀରେ ଗ୍ୟାସ ସିଲିଣ୍ଡର ଫାଟି ଲାଗିଲା ନିଆଁ, ୪ ମୃତ ଓ ଜଣେ ଗୁରୁତର

ଦିଲ୍ଲୀ ସ୍ଥିତ ଫାର୍ଶ ବଜାରରେ ଅଗ୍ନିକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଶୋଇଥିବା ସମୟରେ ବିଳମ୍ୱିତ ରାତିରେ ଏପରି ଘଟଣା ଘଟି ଥିବାର ଜଣାପଡିଛି । ପରେ ଆହତ ବ୍ୟକ୍ତିଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ଶାହଦର ସ୍ଥିତ ଫାର୍ଶ ବଜାରର ଏକ ଘରେ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ଘରେ ଶୋଇଥିବା ସମୟରେ ୪ ଜଣ ଲୋକ ଜିଅନ୍ତା ଜଳିଯାଇଛନ୍ତି । ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି ଯେ ଏହି ଘଟଣା ଶାହାଦାର ଫ୍ଲୋର ମାର୍କେଟ ଅଞ୍ଚଳରେ ଘଟିଛି । ପ୍ରାୟ ୧୨.୧୪ ମିନିଟରେ, ଶାହଦରା ଅଞ୍ଚଳରେ ଏଲପିଜି ସିଲିଣ୍ଡର ବିସ୍ଫୋରଣ ନେଇ ଏକ କଲ ଆସିଥିଲା ।

ଏହା ପରେ ଅଗ୍ନିଶମ ବିଭାଗର ୯ଟି ଗାଡି ଘଟଣାସ୍ଥଳକୁ ଯାଇ ପହଞ୍ଚିଥିଲା । ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ତେବେ ଅଗ୍ନିକାଣ୍ଡରେ ଗୁରୁତର ହୋଇଥିବା ୫ ଜଣଙ୍କୁ ତୁରନ୍ତ ଡାକ୍ତରଖାନାକୁ ପଠାଯାଇଥିଲା । ସୂଚନା ଥାଉକି, ଏଲପିଜି ସିଲିଣ୍ଡର ଲିକ୍ ହେତୁ ଏହି ଅଗ୍ନିକାଣ୍ଡ ଘଟିଥିଲା । ଧୂଆଁ ଯୋଗୁଁ ଶ୍ୱାସରୁଦ୍ଧ ହୋଇ ୪ ଜଣଙ୍କର ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.