କୋରାପୁଟ ସିନ୍ଦେଇ ଘାଟିରେ ଓଲଟିଲା ଶ୍ରମିକଙ୍କୁ ନେଇ ଯାଉଥିବା ବୋଲରୋ ପିକଅପ୍ ଭ୍ୟାନ୍, ଜଣେ ମୃତ

କୋରାପୁଟ(କେନ୍ୟୁଜ) : ପଟାଙ୍ଗି ଥାନା ସିନ୍ଦେଇ ଘାଟିରେ ଶ୍ରମିକ ମାନଙ୍କୁ ନେଇ ଯାଉଥିବା ବେଳେ ଭାରସ୍ଯାମ ହରାଇ ଓଲଟିଲା ବୋଲରୋ ପିକଅପ୍ ଭ୍ୟାନ୍। ଦୁର୍ଘଟଣାରେ ୫ଜଣ ଗୁରୁତର । ତେବେ ଗୁରୁତରଙ୍କ ମଧ୍ୟରୁ ଚିକିତ୍ସାଧିନ ଅବସ୍ଥାରେ କୋରାପୁଟ ମେଡିକାଲରେ ଜଣକର ମୃତ ହୋଇଛି । ଅନ୍ଯ ୪ ଜଣଙ୍କ ମଧ୍ୟରୁ ୨ ଜଣକୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଗତକାଲି ମାଳିପୁଟ ପଂଚାୟତର ସିନ୍ଦେଇ ଗ୍ରାମରୁ ବୋଲରୋ ପିକଅପ ଗାଡିରେ ବିଲ କାମ ପାଇଁ ଶ୍ରମିକଙ୍କୁ ନେଇ ଯାଉଥିବାବେଳେ ସିନ୍ଦେଇ ଘାଟିରେ ଏହି ଅଘଟଣା ଘଟିଥିଲା । ଗୁରୁତରଙ୍କୁ ପ୍ରଥମେ ପଟାଙ୍ଗି ମେଡିକାଲରେ ଚିକିତ୍ସା କରିବା ପରେ କୋରାପୁଟ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଂଚି ଗାଡିକୁ ଜବତ କରିବା ସହ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.