ଖରାଦିନେ ପ୍ରସ୍ତୁତ କରନ୍ତୁ ଭେଣ୍ଡି କାଲିମିରଚ୍‌, ଅତିଥି ପ୍ରଶଂସା କରି ଥକି ପଡିବେ

ଗରମ ଦିନରେ ପ୍ରବଳ ଖରା ଯୋଗୁଁ ଖାଇବାକୁ ଇଚ୍ଛା ନଥାଏ। ତେଣୁ ଘରେ ଘରେ ପଖାଳ କଂସାକୁ କ’ଣ ଟିକେ ଭଜା ହୋଇଗଲେ ଚଳିଯିବ। ଆଉ ଖରାଦିନରେ ଭେଣ୍ଡି ମଧ୍ୟ ଅଧିକ ମିଳିଥାଏ। ତେବେ ଭେଣ୍ଡିରେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରି ଖାଇବାକୁ ଅନେକ ଲୋକ ପସନ୍ଦ ମଧ୍ୟ କରନ୍ତି। ଫ୍ରାଏଡ ଭେଣ୍ଡି, ଭରଓ୍ଵା ଭେଣ୍ଡି, ଦହି ଭେଣ୍ଡିଙ୍କ ଆପଣ ଖାଇଥିବେ କିମ୍ବା ରୋଷେଇ କରିଥିବେ। କିନ୍ତୁ କେବେ ଭେଣ୍ଡି କାଲିମିରଚ୍‌ ବା ଭେଣ୍ଡି ଗୋଲମରିଚ କରି ଖାଇଛନ୍ତି କି ?

ଭେଣ୍ଡି କାଲିମିରଚ୍‌ ଏକ ମସଲାଦାର ଏବଂ ଚଟପଟୀ ଖାଦ୍ୟ । ଏହାକୁ ଆପଣ ଲଞ୍ଚ କିମ୍ବା ଡିନରରେ ତିଆରି କରି ଘରକୁ ଆସିଥିବା ଅତିଥିଙ୍କୁ ଦେଇପାରିବେ। ଖାଇବାକୁ ଟେଷ୍ଟି ଏବଂ ଦେହ ପାଇଁ ହିତକର ହୋଇଥାଏ। ତେବେ ଏହାକୁ କିପରି ସହଜରେ ପ୍ରସ୍ତୁତ କରିବେ ଆସନ୍ତୁ ଜାଣିବା…

ଅତ୍ୟାବଶ୍ୟକ ସାମଗ୍ରୀ : ଭେଣ୍ଡି, ବାଦାମ, ତେଲ, ଜିରା, ପିଆଜ, ଧନିଆ ପାଉଡର, ଅଦା, କଞ୍ଚାଲଙ୍କା, ହଳଦୀ ପାଉଡର, ଟମାଟୋ ପ୍ୟୁରୀ, ଲୁଣ, ଗୋଲମରିଚ ଗୁଣ୍ଡ, ମେଥି ପାଉଡର, ଲବଙ୍ଗ ପାଉଡର।

ladies finger

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଭେଣ୍ଡିକୁ ଭଲଭାବେ ଧୋଇ ମୁଣ୍ଡି କାଟିଦିଅନ୍ତୁ। ଏବେ ଏକ ଜାଗାରେ ଅଧା ଲିଟର ପାଣି, ଏକ ଚାମଚ ତେଲ ଏବଂ ଲୁଣ ନିଅନ୍ତୁ। ପାଣି ଭଲଭାବେ ଫୁଟିଗଲେ ସେଥିରେ ଭେଣ୍ଡି ପକାଇ ଦିଅନ୍ତୁ। ୫-୬ ସେକେଣ୍ଡ ଫୁଟିଗଲେ ଆଞ୍ଚରୁ କାଢିଦିଅନ୍ତୁ। ଏହାକୁ ପାଣିରୁ ତୁରନ୍ତ ଛାଣିଦିଅନ୍ତୁ। ଏହା ପରେ ଭେଣ୍ଡିକୁ ଥଣ୍ଡା ହେବା ପାଇଁ ରଖିଦିଅନ୍ତୁ। ଏବେ ଏକ କଢେଇରେ ତେଲ ଗରମ କରି ସେଥିରେ ଜିରା ଏବଂ ପିଆଜ ପକାଇ ଦିଅନ୍ତୁ। ପିଆଜ ସୁନେଲୀ ରଙ୍ଗ ହୋଇଗଲେ, ସେଥିରେ ଧନିଆ ପାଉଡର, ଅଦା, ଲଙ୍କା ଏବଂ ହଳଦୀ ପାଉଡର ପକାନ୍ତୁ। ୩୦ ସେକେଣ୍ଟ ପାଇଁ ଏହାକୁ ଟିକେ ଭାଜନ୍ତୁ।

ଏହା ପରେ ଟମାଟୋ ପ୍ୟୁର ପକାଇ ଭାଜନ୍ତୁ। ତା’ ପରେ ଭେଣ୍ଡି ପକାଇ ଲୁଣ ଗୋଲମରିଚ, ଆମଚୁର ପାଉଡର, ମେଥୀ ଏବଂ ଲବଙ୍ଗ ପାଉଡର ପକାନ୍ତୁ। ତା’ ପରେ ସବୁକୁ ଭଲଭାବେ ମିଶାନ୍ତୁ। ଅଧିକ ଆଞ୍ଚରେ ଭେଣ୍ଡି ଭଲଭାବେ ଭାଜି ହୋଇଗଲେ କାଢି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଭେଣ୍ଡିକାଲିମିରଚି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.