Below header

କଟକରେ ବଲିଉଡ୍‌ ଷ୍ଟାର କିରଣ କୁମାର: କହିଲେ ଓଡ଼ିଆ ଫିଲ୍ମରେ ସୁଯୋଗ ମିଳିଲେ ଅଭିନୟ କରିବି

କଟକ (କେନ୍ୟୁଜ): କଟକରେ ବଲିଉଡ୍‌ ଷ୍ଟାର କିରଣ କୁମାର । ଏକ ବିଜ୍ଞାପନ ସୁଟିଂ ପାଇଁ କଟକ ଆସିଛନ୍ତି କିରଣ । ପ୍ରତିକ୍ରିୟାରେ କହିଛନ୍ତି ଓଡ଼ିଶା ଆସି ସେ ବହୁତ ଖୁସୀ । ଓଡ଼ିଆ ଫିଲ୍ମରେ ସୁଯୋଗ ମିଳିଲେ ସେ ନିଶ୍ଚୟ ଅଭିନୟ କରିବେ । ସ୍ୱର୍ଗତ ମିହିର ଦାସଙ୍କ ଘରେ ଶୁଟିଂ ହେଉଥିବାରୁ ସେ ନିଜକୁ ଧନ୍ୟମନ କରିଛନ୍ତି । ତେବେ ବର୍ତ୍ତମାନ ଧୀରେ ଧୀରେ ସିନେମା ହଲ୍‌ ସବୁ ଖୋଲିବା ଆରମ୍ଭ କଲାଣି । ତେଣୁ ପୂର୍ବର ପରିସ୍ଥିତି ବଦଳିଯିବ ଏବଂ ପୁଣି ଦର୍ଶକ ହଲ୍‌ରେ ବସି ଫିଲ୍ମର ମଜା ଉଠାଇବେ ବୋଲି କିରଣ କହିଛନ୍ତି ।

ଖୁଦଗର୍ଜ, ଖୁଦାଗଓ୍ଵାହ, ତେଜାବ, ଆଜ କା ଅର୍ଜୁନ ଭଳି ଅନେକ ହିଟ୍‌ ଫିଲ୍ମରେ ଖଳନାୟକ ଭୂମିକାରେ ଅବତୀର୍ଣ୍ଣ ହୋଛନ୍ତି କିରଣ କୁମାର । ପ୍ରଥମେ ଜଣେ ନାୟକ ଭାବେ ଅଭିନୟ ଆରମ୍ଭ କରିବା ପରେ କିରଣ କୁମାର ଖଳନାୟକ ସହ ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି । ସେ ହେଉଛନ୍ତି ବିଗତ ଦିନର ଜଣାଶୁଣା ଖଳନାୟକ ଜୀବନଙ୍କ ପୁଅ । ଏବେ ୭୬ ବର୍ଷ ବୟସରେ ବି ସେ ଅଭିନୟ ଜାରି ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.