୨୦୨୧ରେ ଆହତ କାରଣରୁ ଖେଳିପାରିନଥିଲେ ଜୁନିଅର ତେନ୍ଦୁଲକର କିନ୍ତୁ ଏଥର ଆଇପିଏଲରେ କରିପାରନ୍ତି କମାଲ୍‌

ଚଳିତ ଆଇପିଏଲ ସିଜିନ ପାଇଁ ଖେଳାଳି ବିକ୍ରି ହୋଇସାରିଛନ୍ତି। ନିଲାମୀର ଦ୍ୱିତୀୟ ଦିନରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ତେନ୍ଦୁଲକରଙ୍କୁ ୩୦ ଲକ୍ଷରେ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ। ଅର୍ଜୁନ ଜଣେ ଅଲରାଉଣ୍ଡର ହୋଇଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ପୁଣି ଥରେ ନିଜ ଟିମରେ ସାମିଲ କରିଛି । ଗତ ୨୦୨୧ ସିଜିନରେ ମଧ୍ୟ ମୁମ୍ବାଇ ଅର୍ଜୁନଙ୍କୁ ବେସ୍ ପ୍ରାଇସରେ କିଣିଥିଲା ।

ସଚିନଙ୍କ ପୁତ୍ର ଅର୍ଜୁନ ହେଉଛନ୍ତି ଜଣେ ପେସ୍ ବୋଲର । ଗତବର୍ଷ ଆଇପିଏଲ ନିଲାମ ସମୟରେ ଅର୍ଜୁନଙ୍କ ନାମ ଶେଷରେ ଥିଲା । ପ୍ରଥମ ଥର ପାଇଁ ଆଇପିଏଲ ନିଲାମୀରେ ସାମିଲ ହୋଇଥିବାରୁ ତାଙ୍କୁ ମୁମ୍ବାଇ ବେସ୍ ପ୍ରାଇସ୍ ୨୦ ଲକ୍ଷରେ କିଣିଥିଲା । ତେବେ ଆହତ କାରଣରୁ ସେ ଟୁର୍ଣ୍ଣାମେଣ୍ଟ ଅଧାରୁ ଫେରିଯାଇଥିଲେ ଓ କୌଣସି ମ୍ୟାଚ ଖେଳି ପାରିନଥିଲେ । ଗତବର୍ଷ ମଧ୍ୟ ଅର୍ଜୁନ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିକରେ ମୁମ୍ବାଇ ପକ୍ଷରୁ ଡେବ୍ୟୁ କରିଥିଲେ ।

ଅର୍ଜୁନ ମୁମ୍ବାଇ ପାଇଁ ଅଣ୍ଡର ୧୯ ଗ୍ରୁପରେ କ୍ରିକେଟ୍ ଖେଳିବା ଛଡ଼ା ବିଭିନ୍ନ ଗ୍ରୁପରେ ଖେଳି ସାରିଛନ୍ତି। ୨୦୧୯ ମୁମ୍ବାଇ T୨୦ ଲିଗ୍ ରେ ସେ ସାମିଲ ହୋଇଥିଲେ। ୨୦୧୮ ରେ ଅଣ୍ଡର ୧୯ରେ ଭାରତ ପାଇଁ ଡେବ୍ୟୁ ବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.