ରାଜ୍ୟରେ ୨୪ ଘଣ୍ଟାରେ ୮୫୯ ନୂଆ ଆକ୍ରାନ୍ତ ଚିହ୍ନଟ, ୨୦ ମୃତ

ଭୁବନେଶ୍ୱର: (କେନ୍ୟୁଜ): ରାଜ୍ୟରେ ୧ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ୮ଶହ ୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ମୋଟ ପଜିଟିଭ ରେଟ୍‌ ରହିଛି ୧.୪୫ ପ୍ରତିଶତ । ଖୋର୍ଦ୍ଧାରୁ ସର୍ବାଧିକ ୧୦୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୬୨, କଟକରୁ ୬୫ ଓ ଅନୁଗୁଳରୁ ୪୫ ନୂଆ କେସ୍‌ ବାହାରିଛନ୍ତି ।

ଆଜି ଆଉ ୨୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ୨୪ ଘଣ୍ଟାରେ ୫୯ ହଜାର ୯୨ ନମୁନା ପରୀକ୍ଷା ହୋଇଛି । ମୋଟ ଆକ୍ଟିଭ୍‌ କେସ୍‌ ରହିଛି ୧୧ ହଜାର ୩୨୪ । ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୧୨ ଲକ୍ଷ ୭୮ ହଜାର ୧୨୧କୁ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.