ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ବାଇଡେନ୍‌: କହିଲେ ଋଷ ଆକ୍ରମଣ କଲେ ଶୀଘ୍ର ଦିଆଯିବ ଜବାବ

ନୂଆଦିଲ୍ଲୀ : ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବାଇଡେନ ସ୍ପଷ୍ଟ କରିଛନ୍ତି ଯେ, ୟୁକ୍ରେନ ଉପରେ ଆକ୍ରମଣ କଲେ ଆମେରିକା ନିର୍ଣ୍ଣାୟକ ଜବାବ ଦେବ । ବାଇଡେନ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଆଶ୍ୱସନା ଦେଇ ନିଶ୍ଚିତ କରିଛନ୍ତି ଯେ, ଆମେରିକା ଓ ତାର ସହଯୋଗୀ ଦେଶ ଆକ୍ରମଣର ଶୀଘ୍ର ଓ ନିର୍ଣ୍ଣାୟକ ଜବାବ ଦେବେ ।

ଗତକାଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ୟୁକ୍ରେନ ସଙ୍କଟ ନେଇ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଦୀର୍ଘ ୬୨ମିନିଟ ଧରି ହୋଇଥିଲା ଟେଲିଫୋନ କୁଟନୀତି ଆଲୋଚନା। କିନ୍ତୁ ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରିନଥିଲା । ଏହାପରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହୋଇଛନ୍ତି ବାଇଡେନ । ଯଦି ରକ୍ତପାତ ହୁଏ ତେବେ ବ୍ୟାପକ ଜୀବନହାନି ହେବା ନେଇ ଚେତାଇଛନ୍ତି ବାଇଡେନ। ଯୁଦ୍ଧ ଟାଳିବାକୁ ଆମେରିକା ୟୁକ୍ରେନକୁ ସମସ୍ତ କୁଟନୀତିଜ୍ଞ ସହାୟତା କରିବାକୁ ପ୍ରତିଶ୍ରୁତିବଦ୍ଧ ଥିବା ସ୍ପଷ୍ଟ କରିଛନ୍ତି। ଏହା ସହ କୌଣସି ପ୍ରକାର ପରିଣତି ପାଇଁ ମଧ୍ୟ ପ୍ରସ୍ତୁତ ଥିବା କହିଛନ୍ତି ବାଇଡେନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.