ବ୍ରଜରାଜନଗର ଉପନିର୍ବାଚନ ପ୍ରଚାର ମୈଦାନ ପ୍ରସ୍ତୁତ: ୩ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର, ୧୧ ପ୍ରାର୍ଥୀ କରିବେ ପ୍ରତିଦ୍ୱନ୍ଦିତା

ବ୍ରଜରାଜନଗର(କେନ୍ୟୁଜ୍‌): ବ୍ରଜରାଜନଗର ଉପନିର୍ବାଚନ ପ୍ରଚାର ମୈଦାନ ପ୍ରସ୍ତୁତ । ଉପନିର୍ବାଚନ ପାଇଁ ମୋଟ ୧୪ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାବେଳେ ୩ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି। ୧୧ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ। ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ବିଜେଡି ତାର ପ୍ରଚାର ଆରମ୍ଭ କରିଦେଇଛି। ଗତକାଲି ଲମଟିବାହାଲ ସ୍ଥିତ ମାହେଶ୍ୱରୀ ଭବନଠାରେ ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ନିଜ ଦଳୀୟ ପ୍ରାର୍ଥୀଙ୍କୁ କିଭଳି ଜିତାଇବେ ପ୍ରସ୍ତୁତ ହୋଇଛି ଯୋଜନା। କର୍ମୀ ମାନଙ୍କୁ ଦିଆଯାଇଛି ଗୁରୁ ମନ୍ତ୍ର। ଆଜିଠୁ ଫୁଲ୍‌ ଦମ୍‌ରେ ପ୍ରଚାର ଆରମ୍ଭ କରିବ ଦଳ। ବିଜେପି ଓ କଂଗ୍ରେସ ମଧ୍ୟ ଭୋଟରଙ୍କୁ ନିଜ ସପକ୍ଷରେ ଆକୃଷ୍ଟ କରିବା ପାଇଁ ଦମ୍‌ ଲଗାଇଛନ୍ତି । ସବୁ ଦଳର ଷ୍ଟାର ପ୍ରଚାରକ ତାଲିକା ଆସିଛି । ପ୍ରାର୍ଥୀଙ୍କ ସହ ମୈଦାନକୁ ଓହ୍ଲାଇବେ ହେଭିୱେଟ୍‌ ନେତା ଓ ଷ୍ଟାର ପ୍ରଚାରକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.