ଆଜି ସରିବ ବ୍ରଜରାଜନଗର କ୍ୟାମ୍ପେନ୍‌, ନିର୍ବାଚନମଣ୍ଡଳୀରେ ଶେଷ ଦମ୍‌ ଦେଖାଉଛନ୍ତି ପ୍ରାର୍ଥୀଙ୍କ ସହ ହେଭିୱେଟ

ବ୍ରଜରାଜନଗର(କେନ୍ୟୁଜ୍‌): ଶେଷ ପର୍ଯ୍ୟାୟରେ ବ୍ରଜରାଜନଗର ପ୍ରଚାର ଲଢ଼େଇ । ଆଜି ସରିବ କ୍ୟାମ୍ପେନ୍‌ , ସଂଧ୍ୟାରେ ଥମିବ କ୍ୟାମ୍ପେନ। ନିର୍ବାଚନମଣ୍ଡଳୀରେ ଶେଷ ଦମ୍‌ ଦେଖାଉଛନ୍ତି ପ୍ରାର୍ଥୀଙ୍କ ସହ ହେଭିୱେଟ। ଷ୍ଟାର କ୍ୟାମ୍ପେନରଙ୍କ ସହ ବୁଲୁଛନ୍ତି ମାଳମାଳ ନେତା, ହେଭିୱେଟ । କମ୍ପୁଛି ଗାଁଗଣ୍ଡା, ଗଳିକନ୍ଦି ଓ ସହରବଜାର ।

ହାଇଭୋଲଟେଜ୍‌ କ୍ୟାମ୍ପେନ୍‌ରେ ମାତିଛନ୍ତି ବିଭିନ୍ନ ଦଳର ନେତା, ମନ୍ତ୍ରୀ ଓ ବିଧାୟକ । ଜନସମର୍ଥନ ପାଇଁ ତିନି ପ୍ରମୁଖ ଦଳ ସବୁ ଦଳ ବଳ ଖଟାଇ ଦେଇଛନ୍ତି । ବାଇକ ରାଲି ସହ ସାଧାରଣ ସଭା ଜରିଆରେ ଭୋଟ୍‌ ଦେବାକୁ ନିବେଦନ କରିଛି ତିନି ଦଳର ପ୍ରାର୍ଥୀ। ଆଜି ପ୍ରଚାର ସରୁଥିବାବେଳେ ୩୧ରେ ପଡିବ ଭୋଟ୍‌।