Below header

ବେଗୁନିଆ : ଯୈାତୁକ ଦାବିରେ ବଧୂହତ୍ୟା ଅଭିଯୋଗ

ବେଗୁନିଆ (କେନ୍ୟୁଜ୍) : ବଧୂହତ୍ୟା ଅଭିଯୋଗ। ବେଗୁନିଆ ଗୋବିନ୍ଦପୁର ଗାଁରେ ବଧୂହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଅନ୍ନପୂର୍ଣ୍ଣା ଜେନା। ଅଭିଯୋଗ ଅନୁଯାୟୀ ଗୋବିନ୍ଦପୁର ଗାଁର ସୁଦର୍ଶନ ଜେନା ଦୁଇ ବର୍ଷ ପୂର୍ବେ ବୈଦେଶ୍ୱର ଥାନା ବରପୁଟ ଗାଁର ଅନ୍ନପୂର୍ଣ୍ଣାଙ୍କୁ ବିବାହ କରିଥିଲେ। ତେବେ ବିବାହ ପରଠାରୁ ଯୌତୁକ ଦାବି କରି ବାରମ୍ବାର ଶାଶୁଘର ଲୋକେ ନିର‌୍ୟାତନା ଦେଇଆସୁଥିଲେ। ତେବେ ଗତକାଲି ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଆଜି ସକାଳୁ ଅନ୍ନପୂର୍ଣ୍ଣାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଯୈାତୁକ ପାଇଁ ଝିଅକୁ ହତ୍ୟା କରାଯାଇଥିବା ବେଗୁନିଆ ଥାନାରେ ଅନ୍ନପୂର୍ଣ୍ଣାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି। ଘଟଣା ପରେ ଶାଶୁଘର ଲୋକେ ଫେରାର ହୋଇଯାଇଛନ୍ତି। ବେଗୁନିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.