ଗୋପରେ ଗୋଟା କୁକୁଡା ହୋଇଗଲା ମାତ୍ର ୧୦ ଟଙ୍କା, ଚିକେନ ପ୍ରେମୀଙ୍କ ପାଇଁ ହୋଲି ପୁରା ରଙ୍ଗିଲା

ଗୋପ(କେନ୍ୟୁଜ୍):  ଗୋଟା କୁକୁଡା ୧୦ ଟଙ୍କା । କଥାଟା ବିଶ୍ବାସ ନହେଉଥିଲେ ମଧ୍ୟ ସତ।  କରୋନା ଭାଇରସର ଭୟ ଉଜାଡି ଦେଇଛି ଗୋପ କୁକୁଡ ଚାଷୀଙ୍କ ବ୍ୟବସାୟ। ଲୋକଙ୍କ ମନରେ କରୋନା ଡର ବସାବାନ୍ଧି ରହିଥିବାରୁ କୁକୁଡା ମାଂସ ଖାଇବାକୁ ମନ ବଳାଉନାହାନ୍ତି କେହି। ତେଣୁ କୁକୁଡା ମାଂସ ବଜାରରେ ଲୋକଙ୍କ ଗହଳି ଆଉ ଲାଗୁନାହିଁ। ଯାହା ଫଳରେ କୁକୁଡା ଚାଷୀ କ୍ଷତି ସହି ଗୋଟା କୁକୁଡାକୁ ୧୦ ଟଙ୍କାରେ ବିକ୍ରୀ କରୁଛନ୍ତି ।

gop broiler

କରୋନା ଭାଇରସ ଆମିଷ ଦ୍ରବ୍ୟରେ ବ୍ୟାପୁଥିବା ନେଇ ଗୁଜବ ପ୍ରଚାରିତ ହେବା ପରେ ଗୋପର ଲୋକେ  କୁକୁଡା  ମାଂସ ଖାଇବା ଛାଡି  ଦେଇଛନ୍ତି। ବଜାରରରେ  ମାଂସ ବିକ୍ରୀ ଆଶତୀତ ଭାବେ  କମିବା ଯୋଗୁଁ କମ୍ପାନୀ ଚାଷୀ ମାନଙ୍କୁ ଦାନା ଯୋଗାଣ ବନ୍ଦ କରିଦେଇଛି। ଯାହା ଫଳରେ ବାଧ୍ୟ ହୋଇ ଚାଷୀମାନେ କମ ଦରରେ କୁକୁଡା ବିକ୍ରି କରୁଛନ୍ତି । ଅନ୍ୟପଟେ ହୋଲି ସମୟରେ ଏମିତି ଶସ୍ତାରେ କୁକୁଡା ମିଳିବା ନେଇ ଚିକେନ ପ୍ରେମୀ ବେଶ୍ ଖୁସିଥିବା ଜଣା ପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.