ଆପଣଙ୍କ ଆଣ୍ଡ୍ରଏଡ୍‌ ଫୋନ୍‌ ୨ ବର୍ଷ ପୁରୁଣା କି? ତେବେ ନିଶ୍ଚୟ ପଢ଼ନ୍ତୁ ଏହି ଆର୍ଟିକିଲ

କୌଣସି ବି ସ୍ମାର୍ଟ ଡିଭାଇସ ହେଉନା କାହିଁକି ସେଥିରେ ହ୍ୟାକିଂର ଭୟ ସବୁବେଳେ ରହିଥାଏ। ଡିଭାଇସ୍‌ ଯେତେ ସ୍ମାର୍ଟ ହୋଇଥିବ ହ୍ୟାକିଂର ଭୟ ସେତେ ଅଧିକ ରହିଥାଏ। ଦୁନିଆରେ ଏବେ ସବୁଠାରୁ ଅଧିକ ଆଣ୍ଡ୍ରଏଡ୍‌ ଫୋନ ବ୍ୟବହାର କରାଯାଉଛି। ପ୍ରାୟ ପ୍ରତ୍ୟେକଦିନ ଖବର ଆସୁଛି ଯେ ଆଣ୍ଡ୍ରଏଡରେ ବଗ୍‌ ଆସୁଛି ଯାହା ୟୁଜର୍ସଙ୍କ ପାଇଁ କ୍ଷତିକାରକ ହୋଇପାରେ। କିନ୍ତୁ ଏବେ ଏକ କମ୍ପାନୀ ଦାବି କରିଛି ଯେ ଦୁନିଆରେ ୧ ଆରବରୁ ଅଧିକ ଆଣ୍ଡ୍ରଏଡ୍‌ ଡିଭାଇସରେ ହ୍ୟାକିଂର ଭୟ ରହିଛି। ତେବେ ଆସନ୍ତୁ ଜାଣିବା କଣ ରହିଛି ପୂରା ମାମଲା।

ରିପୋର୍ଟ ଅନୁଯାୟୀ ୨୦୨୦ରେ କିମ୍ବା ତାପୂର୍ବରୁ ଲଞ୍ଚ ହୋଇଥିବା ସମସ୍ତ ଆଣ୍ଡ୍ରଏଡ୍‌ ଫୋନରେ ହ୍ୟାକିଂର ଭୟ ରହିଛି। ଗୁଗଲର ସଂଖ୍ୟା ଅନୁଯାୟୀ ଦୁନିଆରେ ୪୨.୧ ପ୍ରତିଶତ ଆଣ୍ଡ୍ରଏଡ ୟୁଜର୍ସ ଏବେ ବି ଭର୍ସନ ୬.୦ ମାର୍ସମୈଲୋ କିମ୍ବା ତାଠାରୁ ପୁରୁଣା ଭର୍ସନକୁ ବ୍ୟବହାର କରୁଛନ୍ତି।

androidଆଣ୍ଡ୍ରଏଡ୍‌ ସିକ୍ୟୁରିଟୀ ମୁତାବକ ୨୦୧୯ରେ ଆଣ୍ଡ୍ରଏଡ୍‌ ନୁଗଟ ୭.୦ କିମ୍ବା ତାପୂର୍ବର ଭର୍ସନ ପାଇଁ ଗୁଗଲ କୌଣସି ବି ସିକ୍ୟୁରିଟୀ ଅପଡେଟ୍‌ ଜାରୀ କରିନାହିଁ। ଯାଞ୍ଚରେ ଭଳି ଫୋନରେ ମାଲେଓ୍ଵୟାର ମିଳିଛି।

ଏବେ ପ୍ରଶ୍ନ ଏୟା ଉଠୁଛି ଯେ କେମିତି ଜଣାପଡିବ ଆପଣଙ୍କ ଫୋନରେ କେଉଁ ଭର୍ସନ ରହିଛି ଏବଂ ତାଠାରୁ ରକ୍ଷା ପାଇବାର ଉପାୟ କଣ। ତେବେ ଯଦି ଆପଣଙ୍କ ଫୋନ ଦୁଇ ବର୍ଷ ରୁ ଅଧିକ ପୁରୁଣା ଅଟେ ତେବେ ସେଟିଂକୁ ଯାଇ ଆଣ୍ଡ୍ରଏଡ୍‌ ସର୍ଭନ ଚେକ୍‌ କରନ୍ତୁ ଏବଂ ଯଦି କୌଣସି ଅପଡେଟ ଆସିନଥାଏ ତେବେ ଫୋନକୁ ଅପଡେଟ କରାନ୍ତୁ।

abrodତେବେ ଯଦି କୌଣସି ଅପଡେଟ ମିଳୁନାହିଁ ତେବେ କୌଣସି ବି ଥାର୍ଡ ପାର୍ଟୀ ଆପକୁ ଡାଉନଲୋଡ୍‌ କରନ୍ତୁ ନାହିଁ। ଏହାସହିତ କୌଣସି ବି ଏପିକେ ଫାଇଲକୁ ମଧ୍ୟ ଡାଉନଲୋଡ୍‌ କରିବା ଠାରୁ ନିଜକୁ ଦୂରେଇ ରଖନ୍ତୁ। ଆପ୍‌ ଡାଉନଲୋଡ କରିବା ପାଇଁ ଗୁଗଲ ପ୍ଲେ-ଷ୍ଟୋରର ବ୍ୟବହାର କରନ୍ତୁ ଏବଂ ପ୍ରତିଦିନ ଆସୁଥିବା କୌଣସି ବି ମେସେଜର ଲିଙ୍କ କୁ କ୍ଲିକ କରନ୍ତୁନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.