Below header

ହୋଲି ଖେଳିବା ପରେ ଏମିତି ଛଡାନ୍ତୁ ରଙ୍ଗ, ରହିବନି ଟିକିଏ ବି ଦାଗ

ରଙ୍ଗର ପର୍ବ ହୋଲି। ଏହି ପର୍ବରେ ରଙ୍ଗ ଖେଳିବାରେ ଯେତିକି ମଜା ଆସିଥାଏ ସେତିକି କଷ୍ଟ ଦେହରୁ ରଙ୍ଗ ଛଡାଇବା। ମୁଣ୍ଡ ଠାରୁ ଆରମ୍ଭ କରି କେଶ ପର୍ଯ୍ୟନ୍ତ ଖାଲି ରଙ୍ଗ ହିଁ ରଙ୍ଗ। କିଛି ଲୋକମାନେ ଏହି କାରଣରୁ ମଧ୍ୟ ରଙ୍ଗ ଖେଳିବାକୁ ପସନ୍ଦ କରିନଥାନ୍ତି। କିନ୍ତୁ ଯଦି ଆପଣ ରଙ୍ଗ ଖେଳିବା ସମୟରେ କିଛି ଖାସ୍‌ ଟିପ୍ସକୁ ଆପଣାଇବେ ତେବେ ଏହି ରଙ୍ଗ କାରଣରୁ ଆପଣଙ୍କୁ ଖେଳରୁ ଦୂରେଇ ରହିବାକୁ ପଡିବ ନାହିଁ। ତେବେ ଆସନ୍ତୁ ଜାଣିବା ହୋଲିରେ ରଙ୍ଗ ଖେଳିବା ପରେ ଗାଧୋଇବାର ସଠିକ୍‌ ପ୍ରକ୍ରିୟା।

holi-girls-ରଙ୍ଗ ଖେଳିବା ପରେ ସର୍ବପ୍ରଥମେ କେବଳ ସାଧା ପାଣିରେ ହିଁ ବଡି ସଫା କରନ୍ତୁ। କାରଣ ଗରମ ପାଣି ବ୍ୟବହାର କରିବା ଦ୍ୱାରା ଶରୀରରୁ ରଙ୍ଗ ବାହାରିବା ପରିବର୍ତ୍ତେ ଆହୁରି ଅଧିକ ଶରୀରରେ ଜମି ରହିଥାଏ। ମୁହଁରେ ରଙ୍ଗ ଲାଗିଥିବା ସମୟରେ ଭୁଲରେ ବି ସାବୁନ ବ୍ୟବହାର କରନ୍ତୁ ନାହିଁ। କେବଳ ପାଣିରେ ଗାଧୋଇବା ଦ୍ୱାରା ରଙ୍ଗ ଧୋଇହୋଇଯାଏ।

-ଚେଷ୍ଟା କରନ୍ତୁ ସାବୁନରେ ଗାଧୋଇବା ପରିବର୍ତ୍ତେ ବେସନ ଏବଂ ହଳଦୀର ମିଶ୍ରଣ ବ୍ୟବହାର କରନ୍ତୁ। ଆପଣ ଚାହିଁଲେ ଏକ ଚାମଚ ବେସନରେ ଅଧା ଚାମଚ ମୁଲତାନ ମାଟି ଏବଂ ଗୋଲାପ ଜଳ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାପରେ ଏହି ପେଷ୍‌ଯକୁ ନେଇ ଶରୀରରେ ୫ ମିନିଟ୍‌ ପର୍ଯ୍ୟନ୍ତ ହାଲୁକା ମସାଜ୍‌ କରନ୍ତୁ। ମନେ ରଖନ୍ତୁ ଏହି ଘରୋଇ ମିଶ୍ରଣ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ଶରୀରରକୁ ସାଧା ପାଣିରେ ଧୋଇଦିଅନ୍ତୁ।

Holi Festival-ରଙ୍ଗ କାରଣରୁ ଚେହେରାରେ ହେଉଥିବା ସାଇଡ୍‌ ଇଫେକ୍ଟରୁ ରକ୍ଷା ପାଇବା ପାଇଁ କଦଳୀ, ମହୁ ଏବଂ ହଦି ବ୍ୟବହାର କରନ୍ତୁ। ଏଥିପାଇଁ ଏକ ପାତ୍ରରେ ଦୁଇ ରୁତିନି ଖଣ୍ଡ କଦଳୀ ନିଅନ୍ତୁ। ସେଥିରେ ୧ ଚାମଚ ଦହି ପକାଇ ଭଲଭାବେ ମିଶ୍ରଣ କରନ୍ତୁ। ସଫା ପାଣିରେ ମୁହଁ ସଫା କରିବା ପରେ ପୁଣି ତରେ ମୁହଁ ଏବଂ ବେକରେ ଏହି ମିଶ୍ରଣ ଲଗାନ୍ତୁ। ଆପଣ ଚାହିଁଲେ ଏହି ମିଶ୍ରଣକୁ ହାତ ଏବଂ ପାଦରେ ମଧ୍ୟ ବ୍ୟବହାର କରିପାରିବେ। ଏପରି କରିବା ଦ୍ୱାରା ଆପଣଙ୍କ ମୁହଁ ଏବଂ ହାତ-ପାଦ ମଶ୍ଚରାଇଜ୍‌ ହୋଇଯିବ।

holi celebrate-ରଙ୍ଗ ଖେଳିବା ପରେ ପ୍ରାୟତଃ ଲୋକଙ୍କ କେଶରୁ ଚମକ ଉଡିଯାଇଥାଏ। ଏହି ସମୟରେ କେଶ ଧୋଇବା ସମୟରେ ଏକ ପାତ୍ରରେ ୨ ଚାମଚ ମେଥୀ ପାଉଡର ଏବଂ ୧ ଚାମଚ ଦହି ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାପରେ ଏହି ମିଶ୍ରଣକୁ କେଶରେ ଲଗାଇ ୧୫ ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ରଖିବା ପରେ ଧୋଇଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.