ସାଙ୍ଗର ଟେଡି ବିୟରକୁ ସ୍କୁଲ ଛାତ ଉପରକୁ ଫିଙ୍ଗିଦେଲା ଜଣେ ଛାତ୍ର, ପ୍ରିନ୍ସିପାଲଙ୍କ ନିର୍ଦ୍ଦେଶରେ ଆରମ୍ଭ ହୋଇଗଲା ରେସ୍‌କ୍ୟୁ ଅପରେଶନ

ଆମେରିକାର ଫ୍ଲୋରିଡାରେ ଏକ ସ୍କୁଲ ଛାତ ଉପରେ ପଡ଼ିଥିବା ଖେଳଣାକୁ ଉଦ୍ଧାର କରିଛନ୍ତି ପୋଲିସ ଏବଂ ଦମକଳ ବାହିନୀ। କେପ୍‌ କୋରଲସ୍ଥିତ ହେରିଟେଜ୍‌ କାର୍ଟର ଏକାଡେମୀ ଛାତ ଉପରେ ଜଣେ ଛାତ୍ରର ଟେଡି ବିୟର ପଡ଼ିଯାଇଥିଲା, ଯେଉଁଥିପାଇଁ ସ୍କୁଲକୁ ରେସ୍‌କ୍ୟୁ ଅପରେଶନ କରିବାକୁ ପଡ଼ିଥିଲା। ଘଟଣାଟି ଘଟିଥିଲା ଗତ ଶନିବାର।

g3

ଖବରରୁ ଜଣାପଡ଼ିଛି, ଫାର୍ଷ୍ଟ ଗ୍ରେଡ୍‌ର ଦୁଇଜଣ ଛାତ୍ର ଏକାଠି ଖେଳୁଥିଲେ। ଏହି ସମୟରେ ଜଣେ ଛାତ୍ର ନିଜ ସାଙ୍ଗ ଅଷ୍ଟନଙ୍କ ଖେଳଣାକୁ ଛାତ ଉପରକୁ ଫିଙ୍ଗିଦେଇଥିଲା। ଏହା ଦେଖି ଅଷ୍ଟନ ସ୍କୁଲ କତ୍ତୃପକ୍ଷ କର୍ଲ କେନେଡିଙ୍କୁ ଖେଳଣା ଉଦ୍ଧାର କରିବାକୁ କହିଥିଲେ। ଏହା ଶୁଣି କର୍ଲ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଏହାପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରେସ୍‌କ୍ୟୁ ଅପରେଶନ ଆରମ୍ଭ କରିଦେଇଥିଲେ ଏବଂ ଖେଳଣା ଉଠାଇ ଅଷ୍ଟନଙ୍କୁ ଦେଇଥିଲେ।

ସେପଟେ ଟେଡି ମିଳିବା କ୍ଷଣି ଅଷ୍ଟନ୍‌ ଖୁସି ହୋଇ ହାତରେ ତାକୁ ଜାବୁଡ଼ି ଧରିଥିଲେ ଏବଂ ଏହି ଷ୍ଟୋରୀକୁ କେପ୍‌ କୋରଲ ଅଗ୍ନିଶମ ବିଭାଗ ନିଜ ଫେସ୍‌ବୁକ ପେଜ୍‌ରେ ଶେୟାର କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.