କମିଲା ଅଶୌଧିତ ତୈଳ ଦର, ଏବେ ୫୦ ଟଙ୍କାରେ ମିଳିପାରେ ପେଟ୍ରୋଲ !

ଅଶୌଧିତ ତୈଳକୁ ନେଇ ସାଉଦି ଆରବ ଏବଂ ରୁଷ ମଧ୍ୟ ଚାଲିଥିବା ଯୁଦ୍ଧକୁ ପରେ ଭାରତକୁ ବଡ ଫାଇଦା ମିଳିବ। ଆପଣ ଏବେ ପେଟ୍ରୋଲ ପଛରେ ଏତେ ପଇସା ଖର୍ଚ୍ଚ କରିବେ ନାହିଁ। ଏଣିକି ଗୋଟେ ଲିଟର ପେଟ୍ରୋଲ ପାଇଁ ଆପଣଙ୍କୁ ୫୦ ଟଙ୍କା ଦେବାକୁ ହେବ। ସରକାରଙ୍କ ପକ୍ଷରୁ ତୈଳ ଆମଦାନୀ ବିଲ୍‌ କମ୍‌ ହେବା ଏବଂ କ୍ରୁଡ ତୈଳ ଶସ୍ତା ଦାମରେ ମିଳିବା ସମ୍ଭାବନା ରହିଛି।

crude oil

ଅର୍ନ୍ତରାଷ୍ଟ୍ରୀୟ ବଜାରରେ ଅଶୌଧିତ ତୈଳର ମୂଲ୍ୟ ୩୧ ପ୍ରତିଶତ ହ୍ରାସ ହୋଇଛି। ଏହାର କାରଣ ସାଉଦି ଆରବରେ ଏହାର ମୂଲ୍ୟ ହ୍ରାସ ପାଇଛି। ସାଉଦି ଆରବ ଋଷ ଠାରୁ ପ୍ରତିଶୋଧ ନେବା ପାଇଁ ଏହାର ଦାମ କମ୍‌ କରିଛି। ଫଳରେ ଦୁହିଁ ଦେଶ ମଧ୍ୟରେ ଅଶୌଧିତ ତୈଳର ମୂଲ୍ୟକୁ ନେଇ ଯୁଦ୍ଧ ଚାଲିଛି। ଯାହାର ଫାଇଦା ଭାରତକୁ ଖୁବଶୀଘ୍ର ମିଳିପାରେ। ଖାସ୍‌ ଏଥିପାଇଁ ପେଟ୍ରୋଲ ଲିଟର ପିଛା ୫୦ ଟଙ୍କାରେ ମିଳିବାର ସମ୍ଭାବନା ରହିଛି। ଭାରତରେ ଏବେ ପେଟ୍ରୋଲ ଦାମ ପାଖାପାଖି ୭୦ ଟଙ୍କା ରହିଛି।

oil

ଭାରତରେ ଅଶୌଧିତ ତୈଳର ମୂଲ୍ୟ ବ୍ୟାରେଲ ପ୍ରତି ୪୭.୯୨ ଡଲାର ରହିଛି। ଅର୍ଥାତ ଭାରତରେ ଏକ ବ୍ୟାରେଲ ଅଶୌଧିତ ତୈଳର ମୂଲ୍ୟ ୩୫୩୦.୦୯ ଟଙ୍କା ରହିଛି। ଯଦି ଅଶୌଧିତ ତୈଳ ଦର ୩୦ ପ୍ର୍ରତିଶତ କମ୍‌ ହୁଏ ତେବେ ଏକ ବାକ୍ସେଟ ଅଶୌଧିକ ତୈଳ ମଧ୍ୟ ୩୦ ପ୍ରତିଶତ ଶସ୍ତା ହେବ। ଅର୍ଥାତ ଏହାର ମୂଲ୍ୟ ୨୪୭୦ ଟଙ୍କା ହେବ। ତେଣୁ ପେଟ୍ରୋଲ ସାଧାରଣ ଲୋକକୁ ପ୍ରତି ଲିଟରକୁ ୫୦ ଟଙ୍କା ଦେବାକୁ ହେବ।

ସୂଚନାଯୋଗ୍ୟ, ଏବେ ଦିଲ୍ଲୀରେ ପେଟ୍ରୋଲ ଦାମ ୨୪ ପଇସା କମି ୭୦,୫୯ ଟଙ୍କା ଏବଂ ଡିଜେଲ ୨୫ ପଇସା କମ୍‌ ହୋଇ ୬୩.୨୬ ଟଙ୍କା ପ୍ରତି ଲିଟର ରହିଛି। ସେହିଭଳି ମୁମ୍ବାଇରେ ୭୬.୨୯ ଟଙ୍କା, ଏବଂ ଡିଜେଲ ଦାମ ୨୬ ପଇସା କମ୍‌ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.