Below header

ଯାଜପୁର: ଶ୍ବଶୁର ଘର ଚର୍ଚ୍ଚାରେ ଜ୍ୱାଇଁର ଦେହ ଦରଜ, ଲକ୍ଷେ ଟଙ୍କା ଶୁଝି ପାରିଲେନି ବୋଲି ଗଛରେ ବାନ୍ଧି ପିଟିଲେ

ଯାଜପୁର ଟାଉନ(କେନ୍ୟୁଜ୍):  ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ଗଛରେ ବାନ୍ଧି ମାଡ଼ ଅଭିଯୋଗ। ଯାଜପୁର ଜିଲ୍ଲା ବିଂଝାରପୁର ବାଳମୁକୁଳି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅଭିଯୋଗ ମୁତାବକ  ଗାଁର ପ୍ରଶାନ୍ତ ଦାସ ନିଜ ଶ୍ୱଶୁର ଘରୁ ୧ ଲକ୍ଷ ଟଙ୍କା ଧାର ଆଣିଥିଲେ। ବାରମ୍ବାର ମାଗିବା ପରେ ମଧ୍ୟ ପ୍ରଶାନ୍ତ ଟଙ୍କା ନଦେଇ ଧରା ଛୁଆଁ ଦେଇ ନଥିଲେ।

jajpur

ଆଜି ନିଜ ଶ୍ୱଶୁର ଘର ଲୋକେ ଜ୍ବାଇଁ ଘରକୁ ଆସି ତାଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରି ଥିଲେ। ଏ ଏନେଇ ବିଂଝାରପୁର ଥାନାରେ ଏକ ମାମଲା ରୁଜୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.