Below header

ସମ୍ବଲପୁର: ବାରାହା ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର

କୁଚିଣ୍ଡା(କେନ୍ୟୁଜ୍): ବାରାହା ଆକ୍ରମଣରେ  ଜଣେ ବ୍ୟକ୍ତି ଗୁରୁତର। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଖଣ୍ଡୋକଟା ଗ୍ରାମର ଜୟ ନାଏକ ( ୫୦ ) ବାରାହା ଆକ୍ରମଣରେ ଗୁରୁତର ଆହତ ହୋଇ କୁଚିଣ୍ଡା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆଜି ସକାଳୁ ବର୍ଷା ହୋଇଥିବାରୁ ପାଗ ଥଣ୍ଡା ରହିଥିଲା। ଏଣୁ ଜୟ ଘର ବାଡିପଟେ ଖରାରେ ବସିଥିଲେ। ଏକ ବାରାହା ବାଡ଼ିରେ ପଶିଯିବାରୁ ସେ ଏହାକୁ ଘୁସୁରୀ ଭାବିଥିଲେ। କିନ୍ତୁ ବାରାହାଟି ହଠାତ ତାଙ୍କୁ ଆକ୍ରମଣ କରିଥିଲା। ଏଥିରେ ସେ ଗୁରୁତର ଆହତ ହୋଇଥିଲେ।

ପ୍ରଥମେ ତାଙ୍କୁ ପରିବାର ଲୋକେ କୁଚିଣ୍ଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ବାରାହା ଆକ୍ରମଣରେ ତାଙ୍କ ବାମ ଗୋଡ ଜଙ୍ଘରେ ଏବଂ ଦୁଇ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଯେ, ଜଙ୍ଗଲ ଗୁଡିକରେ ଖରା ଦିନରେ ନିଆଁ ଲାଗି ଯାଉଥିବା ଯୋଗୁଁ ଜଙ୍ଗଲି ପଶୁ ଗାଁ ମୁହାଁ ହେଉଥିବାର ଦେଖାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.