ବକ୍ସ ଅଫିସରେ ଧମାଲ୍ କରୁଛି ଜାହ୍ନବୀ ଏବଂ ରାଜକୁମାରଙ୍କ ଫିଲ୍ମ ‘ରୁହୀ’, ଦୁଇଦିନରେ ଆୟ କଲାଣି ୫ କୋଟିରୁ ଉର୍ଦ୍ଧ୍ବ

ବହୁ ଚର୍ଚ୍ଚିତ ହରର କମେଡି ଫିଲ୍ମ ‘ରୁହୀ’ ବକ୍ସ ଅଫିସରେ ଧମାଲ କରୁଛି। ଜାହ୍ନବୀ କପୁର, ରାଜକୁମାର ରାଓ ଓ ବରୁଣ ଶର୍ମାଙ୍କ ଅଭିନୀତ ଫିଲ୍ମ ପ୍ରଥମ ଦିନରେ ୩.୦୬ କୋଟି ଟଙ୍କା ଆୟ କରିଛି। ମାର୍ଚ୍ଚ ୧୧ରେ ରିଲିଜ୍ ହୋଇଥିବା ଏହି ପିଲ୍ମ ପ୍ରଥମ ଦିନରେ ଅନୁମାନ ଠାରୁ ଅଧିକ ବ୍ୟବସାୟ କରିଛି। ଚଳିତ ବର୍ଷର ପ୍ରଥମ ଫିଲ୍ମ ରୁହୀ ଦର୍ଶକଙ୍କ ମନକୁ ବେଶ୍ ଛୁଇଁଛି। ଆଜି ଦ୍ଵିତୀୟ ଦିନରେ ମଧ୍ୟ ବକ୍ସ ଅଫିସରେ ରୁହୀର ଜଲୱା ଜାରି ରହିଛି। ଲକଡାଉନ ପରେ ରିଲିଜ ହେଉଥିବା ଫିଲ୍ମ ମଧ୍ୟରେ ରୁହୀ ପ୍ରଥମ ବଡ ଫିଲ୍ମ।

ପ୍ରଥମ ଦିନରେ ଏହି ଫିଲ୍ମ ୩.୦୬ କୋଟି ବ୍ୟବସାୟ କରିଥିବା ବେଳେ ଦ୍ଵିତୀୟ ଦିନ ୨.୨୫ କୋଟି ବ୍ୟବସାୟ କରିଛି। ତେବେ ଫିଲ୍ମ ବର୍ତ୍ତମାନ ସୁଦ୍ଧା ୫.୩୧ କୋଟି ବ୍ୟବସାୟ କରିଛି। ମହାଶିବରାତ୍ରୀ ଅବସରରେ ଏହି ଫିଲ୍ମକୁ ସାରା ଦେଶରେ ରିଲିଜ୍ କରାଯାଇଥିଲା। ସାରା ଦେଶରେ ଏହି ଫିଲ୍ମ ପ୍ରାୟ ଦୁଇ ହଜାର ସ୍କ୍ରିନରେ ରିଲିଜ୍ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.