ଡେଇଁ ଡେଇଁ ନିଜଠୁ ଦୁଇଗୁଣ ଉଚ୍ଚ କାନ୍ଥରେ ଘଷି ପାରୁଛନ୍ତି ମହିଳା, ଦେଖନ୍ତୁ ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ

ଯୋଗାଡ଼ କରି କାମ କରିବାରେ ଭାରତୀୟମାନେ ଧୁରନ୍ଧର। ସେମାନଙ୍କ ପାଖରେ ସବୁ ସମସ୍ୟାର ସରଳ ସମାଧାନ ରହିଥାଏ। ପ୍ରାୟତଃ ସୋସିଆଲ ମିଡିଆରେ ଆମେ ଅନେକ ଯୋଗାଡ଼ ଯନ୍ତ୍ର କରି କାମ ଚଳାଇନେଉଥିବା ଭିଡିଓ ଦେଖିଛେ। ତେବେ ବର୍ତ୍ତମାନ ଏବେ ସେଭଳି ଏକ ମହିଳାଙ୍କ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓ ଦେଖିବା ପରେ ସମସ୍ତେ ମହିଳାଙ୍କୁ ବାସ୍କେଟ୍‌ବଲ ଟିମ୍‌ରେ ସାମିଲ କରିବାକୁ ରାୟ ଦେଉଛନ୍ତି।

ଦେଖନ୍ତୁ ଭିଡିଓ:


ଭିଡିଓରେ ଦେଖାଯାଇଛି ଯେ ମହିଳା ଜଣକ ଗୋବରରେ ଘଷି ପକାଉଛନ୍ତି। କିନ୍ତୁ ସାଧାରଣ ଭାବେ ନୁହେଁ। ମହିଳା ଜଣକ କାନ୍ଥରେ ନିଜଠାରୁ ଦୁଇ ଗୁଣ ଉଚ୍ଚତା ଯାଏଁ ଘଷି ପାରୁଛନ୍ତି। ବିନା କୌଣସି ସିଡ଼ି ସାହାଯ୍ୟରେ ମହିଳା ଜଣକ ଡେଇଁ ଡେଇଁ ଏହି କାମ କରୁଥିବା ଦେଖାଯାଇଛି। ଯାହାକୁ ୟୁଜରମାନେ ଖୁବ୍‌ ପସନ୍ଦ କରିଛନ୍ତି।

ଏହି ଭିଡିଓକୁ ଆଇପିଏସ୍‌ ଅଫିସର ଦୀପାଂଶୁ କାବରା ଟ୍ଵିଟରରେ ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି ‘ଏହି ମହିଳା ଏହି କାମକୁ ବେଶ୍‌ ନିପୁଣତାର ସହ କରିଛନ୍ତି’। ଅନ୍ୟପଟେ ଭିଡିଓରେ ଲେଖାଯାଇଛି ଯେ ଇଣ୍ଡିଆନ୍‌ ବାସ୍କେଟବଲ୍‌ ଟିମ୍‌ ଏହି ମହିଳାଙ୍କୁ ଖୋଜୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.