ପୋଖରୀରେ ବୁଡି ଭାଇ, ଭଉଣୀଙ୍କ ସଲିଳ ସମାଧି; ଗାଁରେ ଶୋକାକୂଳ ପରିବେଶ

ପୋଖରୀରେ ବୁଡି ଭାଇ, ଭଉଣୀଙ୍କ ସଲିଳ ସମାଧି । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଗୁଆଳିପଡା ପଞ୍ଚାୟତ ହୁମର ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ଗତକାଲି ଗ୍ରାମର ଶଙ୍କର ରାଉତଙ୍କର ୯ବର୍ଷର ପୁଅ ଓ ୭ବର୍ଷର ଝିଅର ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି।

ପିପିଲି (କେନ୍ୟୁଜ): ପୋଖରୀରେ ବୁଡି ଭାଇ, ଭଉଣୀଙ୍କ ସଲିଳ ସମାଧି । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଗୁଆଳିପଡା ପଞ୍ଚାୟତ ହୁମର ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ଗତକାଲି ଗ୍ରାମର ଶଙ୍କର ରାଉତଙ୍କର ୯ବର୍ଷର ପୁଅ ଓ ୭ବର୍ଷର ଝିଅର ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି। ଗାଁର ଜଣେ ବ୍ୟକ୍ତି ଶିଶୁ ଦୁହିଁଙ୍କୁ ପାଣିରୁ ଉଦ୍ଧାର କରି ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ।

ସୂଚନା ଅନୁସାରେ ଘର ପଛପଟରେ ଥିବା ପୋଖରୀରେ ଗାଧୋଇବା ପାଇଁ ଭାଇ, ଭଉଣୀ ଯାଇଥିଲେ । କିନ୍ତୁ ଅସାବଧାନତା ବଶତଃ ଦୁଇ ଜଣଙ୍କ ଗୋଡ଼ ଖସିଯିବାରୁ ଉଭୟ ପାଣିରେ ବୁଡ଼ି ଯାଇଥିଲେ । ସେହି ସମୟରେ ପୋଖରୀକୁ ଗ୍ରାମର ଜଣେ ବ୍ୟକ୍ତି ଗାଧୋଇବା ପାଇଁ ଯାଇଥିବାବେଳେ ତାଙ୍କ ପାଦରେ ବାଜିଥିଲା । ତେବେ ସେ ଶିଶୁ ଦୁହିଁଙ୍କୁ ଉଦ୍ଧାର କରି ପରିବାର ଲୋକମାନଙ୍କୁ ଡ଼ାକିଥିଲେ । ପରିବାର ଲୋକେ ଉଭୟ ଶିଶୁଙ୍କୁ ଡ଼େଲାଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡ଼ାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାକୁ ନେଇ ହୁମର ଓ ଆଖପାଖ ଗ୍ରାମରେ ଶୋକାକୂଳ ପରିସ୍ଥିତି ସୃଷ୍ଟି କରିଛି । ଏନେଇ ଡେଲାଙ୍ଗ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.