ଯାଜପୁର ପାଣିକୋଇଲି ନିକଟରୁ ୯୦ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ପାଣିକୋଇଲି ନିକଟରୁ ୯୦ ଗ୍ରାମ ବ୍ରାଉନସୁଗାର ଜବତ ଦୁଇ ଗିରଫ । ଗିରଫ ଦୁଇ ଜଣ ହେଲେ ସ୍ଥାନୀୟ ଅଂଚଳର ଆଶିଷ ପରିଡା ଓ ସୁଜିତ ଧଳ । ଆଜି ଯାଜପୁର ଅବକାରୀ ବିଭାଗ ଓ କଟକ ଫ୍ଲାଇଂ ସ୍ୱାର୍ଡ ମିଳିତ ଭାବେ ପାଣିକୋଇଲି ଓଭରବ୍ରିଜ ନିକଟରେ ଧଳା ଜହର ବ୍ୟାବସାୟ ହେଉଥିବା ଖବର ପାଇ ଚଢାଉ କରିଥିଲେ ।

arrest ଏହି ଦୁଇ ଯୁବକ ବାଲେଶ୍ୱର ଅଂଚଳରୁ ଆଣି ବାଇକ ଯୋଗେ ଦିଆସିଲି ଖୋଳରେ ରାଜପଥ କଡରେ ବ୍ୟବସାୟ କରୁଥିଲେ । ଜବତ ହୋଇଥିବା ବ୍ରାଉନସୁଗାର ମୂଲ୍ୟ ପାଖାପାଖି ୯ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ । ଏହି ବ୍ୟବସାୟ ଜିଲ୍ଲାର କେଉଁ ଆଡକୁ ବ୍ୟାପିଛି ଏବଂ କେଉଁ ମାନେ ଏଥିରେ ସଂପୃକ୍ତ ଅଛନ୍ତି ତାହାର ତଦନ୍ତ ଜାରି ରହିଥିବା କହିଛନ୍ତି ଫ୍ଲାଇଂ ସ୍ୱାର୍ଡ ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.