ଖୋର୍ଦ୍ଧା ଲୋକେଶ୍ବର ମନ୍ଦିର ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ: ୩୨୦ ଗ୍ରାମର ବ୍ରାଉନସୁଗାର ସହିତ ନଗଦ ୯ଲକ୍ଷ ୨୦ହଜାର ଟଙ୍କା ଜବତ, ଜଣେ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଲୋକେଶ୍ବର ମନ୍ଦିର ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ। ପାଖାପାଖି ୩୨୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ଏହାସହିତ ନଗଦ ୯ଲକ୍ଷ ୨୦ହଜାର ଟଙ୍କା  ସହିତ ଗୋଟିଏ ବାଇକ୍ ଜବତ କରାଯାଇଛି।

ଏହି ଚଢାଉରେ ଜଣେ ଅବକାରୀ ବିଭାଗ ଜଣଙ୍କୁ ଗିରଫ କରିଛି। ତେବେ ବାରମ୍ବାର ଅବକାରୀ ବିଭାଗ ପକ୍ଷରୁ  ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଥିଲେ ମଧ୍ଯ ଅପରାଧିମାନେ ଚେତିବାର ନାଁ ନେଉନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.