ମାଟ୍ରିକ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ପ୍ରସଙ୍ଗ: ସ୍ପଷ୍ଟୀକରଣ ଦେଇ ବୋର୍ଡ ସଭାପତି ଏପରି ରଖିଲେ ଉତ୍ତର

କେନ୍ୟୁଜ୍(ବ୍ୟୁରୋ):  ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ନେଇ ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛି ମାଧ୍ୟମିକ ଶିକ୍ଷା ବୋର୍ଡ। ବୋର୍ଡ ପକ୍ଷରୁ କୌଣସି ତ୍ରୁଟି ହୋଇନଥିବା କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଯେଉଁ ଛାତ୍ରଛାତ୍ରୀମାନେ ମୂଲ୍ୟାୟନରେ ଅସନ୍ତୁଷ୍ଟ ଅଛନ୍ତି, ସେମାନେ ଆଉ ଥରେ ପରୀକ୍ଷା ଦେଇପାରିବେ। ପୁନର୍ବାର ମାର୍କ ସଂଶୋଧନ ହେବାର କୌଣସି ଅବକାଶ ନାହିଁ।

ଗତ ୪ବର୍ଷର ସ୍କୁଲ ମାର୍କ ଆଧାରରେ ଫଳ ପ୍ରକାଶ କରାଯାଇଛି। କିଛି ସ୍କୁଲର ପିଲା ମାନଙ୍କ ନମ୍ବର ବଢାଇ ବୋର୍ଡକୁ ଦେଇଥିଲେ । ସେସବୁକୁ ତର୍ଜମା କରି ମାର୍କ ଦିଆଯାଇଛି ବୋଲି ବୋର୍ଡ ସଭାପତି ରାମଶିଷ ହାଜରା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.