Below header

ବ୍ରିଟେନ: ସହଯୋଗୀଙ୍କୁ କିସ୍ କରିବା ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପଡିଲା ମହଙ୍ଗା, ଶେଷରେ ଚାଲିଗଲା ପଦବୀ

ନିକଟରେ ବ୍ରିଟେନର ଏକ ଭିଡିଓ ଖୁବ ଭାଇରାଲ ହୋଇଥିଲା । ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ମାଟ୍ ହାନକକ୍‌ଙ୍କ କିସିଂ ଭିଡିଓ ସିସି କ୍ୟାମେରାରେ କଏଦ ହୋଇଥିଲା । ପରେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାକୁ ଲାଗିଲା । ଭିଡିଓରେ ମାଟ୍ ନିଜ ସହଯୋଗୀଙ୍କୁ କିସ୍ କରୁଥିବାର ଦେଖିବାକୁ ମିଳିଥିଲା ।

ମାଟ୍ ନିଜ ସହଯୋଗୀଙ୍କୁ କିସ୍ କରି କୋଭିଡ ୧୯ ନିୟମ ଉଲଂଘନ କରିଥିଲେ । ଏହି ଘଟଣାକୁ ନେଇ ମାଟ୍ ଏବେ ବିବାଦରେ ଅଛନ୍ତି । ଏହି କାର୍ଯ୍ୟକଳାପ ପାଇଁ ତାଙ୍କୁ ତାଙ୍କ ପଦବୀରୁ ଇସ୍ତଫା ମଧ୍ୟ ଦିଆଯାଇଛି । ଏହାପରେ ମାଟ୍‌ଙ୍କ ସହଯୋଗୀ ଜିନା କୋଲାଣ୍ଡେଙ୍ଗଲୀ ମଧ୍ୟ ଖୁବ ଚର୍ଚ୍ଚାରେ ଅଛନ୍ତି । ୪୩ଜ ବର୍ଷର ଜିନା ଜଣେ ବିଜନେସୱୁମନ ସହ ଡିପାର୍ଟମେଣ୍ଟ ଅଫ ହେଲ୍‌ଥର ଆଡଭାଇଜର ମଧ୍ୟ । ଏହାବ୍ୟତିତ ସେ ଓଲିବର ବୋନାସ କମ୍ପାନୀର କମ୍ୟୁନିକେସନ ଡାଇରେକ୍ଟର ।

565
pc: the telegraph

ଗତବର୍ଷ ମାର୍ଚ୍ଚରେ ମାଟ୍ ଗୁପ୍ତ ଭାବେ ଜିନାଙ୍କୁ ସ୍ୱାସ୍ଥ୍ୟ ଏବଂ ସାମାଜିକ ବିଭାଗକୁ ତଦାରଖ କରିବାର ଦାୟିତ୍ୱ ଦେଇଥିଲେ । ଜିନା ମାଟ୍‌ଙ୍କ ସହଯୋଗୀ ରୂପେ କାର୍ଯ୍ୟ କରନ୍ତି । ୬ ମଇ ଦ୍ୱିପହର ସମୟରେ ମାଟ୍ ଏବଂ ଜିନା ପରସ୍ପରକୁ କିସ୍ କରୁଥିଲେ ।ଯାହା ସିସି ଟିଭିରେ କଏଦ ହୋଇଥିଲା ।

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଲୋକମାନେ ମାଟ୍‌ଙ୍କୁ ଖରାପ କରି କହିବା ଆରମ୍ଭ କଲେ ।ତାଙ୍କୁ ଅଯତ୍ନବାନ ବୋଲି ମଧ୍ୟ କହିଲେ । କାରଣ ସ୍ୱାସ୍ଥ୍ୟମନ୍ତ୍ରୀ ହୋଇ ମଧ୍ୟ ସେ ସମାଜିକ ଦୂରତା ନମାନି ଏଭଳି କାମ କରିଥିଲେ ।ଏହାପରେ ତାଙ୍କୁ ପଦବୀରୁ ବାହାରି ଯିବା ପାଇଁ କୁହାଗଲା । ଶେଷରେ ସେ ନିଜ ପଦବୀକୁ ତ୍ୟାଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.