ବୋହୂ ଘରେ ପ୍ରବେଶ କରୁ କରୁ ଚାଉଳ ଭର୍ତ୍ତି ଲୋଟାକୁ ଏମିତି ମାରିଲା ଲାତ ଯେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଶାଶୁଘର ଲୋକେ

ବିବାହ ପରେ ଯେତେବେଳେ ବୋହୂ ଶାଶୁଘରକୁ ଆସିଥାଏ, ତ ତାକୁ ଘରର ଲକ୍ଷ୍ମୀ ମାନି ଚାଉଳ ଲୋଟାକୁ ଗୋଡ଼ରେ ଠେଲି ଘର ଭିତରେ ପ୍ରବେଶ କରିବାକୁ କୁହାଯାଇଥାଏ। କାହିଁ କେତେ ବର୍ଷ ଧରି ଏହି ବିଧି ପାଳନ ହୋଇଆସୁଛି। କିନ୍ତୁ ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଗୃହ ପ୍ରବେଶ ସମୟରେ ନବବିବାହିତ ବୋହୂ ଅଜବ ପ୍ରକାରର ହରକତ କରୁଛି।

ବିବାହ ପରେ ଯେମିତି ହିଁ ବୋହୂ ନିଜ ଶାଶୁଘରେ ପହଞ୍ଚୁଛି, ତ ତାକୁ ପରମ୍ପରା ଅନୁସାରେ ଚାଉଳ ଭର୍ତ୍ତି ଲୋଟାକୁ ଗୋଡ଼ରେ ଠେଲି ଘର ଭିତରେ ପ୍ରବେଶ କରିବାକୁ କୁହାଯାଉଛି। କିନ୍ତୁ ବୋହୂ ଲୋଟାକୁ ଏମିତି ଗୋଇଠା ମାରୁଛି ଯେ ଲୋଟା କେତେ ଫୁଟ ଦୂରରେ ଯାଇ ପଡ଼ୁଛି।

ବୋହୂର ଏଭଳି ହରକତ ଦେଖି ସେଠାରେ ଉପସ୍ଥିତ ବର ଏବଂ ତାଙ୍କ ଘରର ସଦସ୍ୟମାନେ ଚମକି ପଡ଼ୁଛନ୍ତି, ଯଦିଓ ଭିଡିଓଟି ଦେଖିବାରେ ବହୁତ ମଜାଳିଆ ରହିଛି। ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ୫୦ ହଜାରରୁ ଅଧିକ ଲୋକ ଲାଇକ୍‌ କରିଥିବା ବେଳେ ଲକ୍ଷେରୁ ଅଧିକ ଥର ଦେଖାଯାଇ ସାରିଲାଣି। କନ୍ନଡ଼ା ଭିଡିଓଜ୍‌ ଏହାକୁ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛି।

 

View this post on Instagram

 

A post shared by kannada videoz (@kannada_videoz)

Leave A Reply

Your email address will not be published.