ପ୍ରକାଶ ପାଇଲା  ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ, ପାସ ହାର ରହିଛି ୯୭.୮୯%

କେନ୍ୟୁଜ୍(ବ୍ୟୁରୋ):  ପ୍ରକାଶ ପାଇଲା  ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ। ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ଦ୍ଵାରା ଫଳ ପ୍ରକାଶ ପାଇଛି। ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଛାତ୍ର ଛାତ୍ରୀଙ୍କ ପାଇଁ ଯୁକ୍ତ ୨ ନାମଲେଖାରେ ସମସ୍ୟା ରହିବ ନାହିଁ। ଚଳିତ ଥର ୫ ଲକ୍ଷ ୭୪ ହଜାର ୧୨୫ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ। ଚଳିତ ଥରର ପାସ ହାର ରହିଛି ୯୭.୮୯%। ଅପରାହ୍ଣ ୪ଟାରେ କଟକ ବୋର୍ଡ ଅଫିସରେ ଫଳ ପ୍ରକାଶ ପାଇଛି । ସଂଧ୍ୟା ୬ଟା ପରେ ବୋର୍ଡ  ୱେବସାଇଟରେ ଫଳାଫଳ ଉପଲବ୍ଧ ହେବ । www.bseodisha.ac.in ଓ www.bseodisha.nic.inରେ ଲଗ୍‌ ଇନ୍‌ ରେଜଲ୍ଟ ପାଇବେ ଛାତ୍ରଛାତ୍ରୀ ।

matric1

SMSରେ ମଧ୍ୟ ପରୀକ୍ଷାଫଳ ଜାଣିପାରିବେ । ମୋବାଇଲରେ OR01 ଲେଖି ସ୍ପେସ ପରେ ରୋଲ ନମ୍ବର ଲେଖି 5676750କୁ ମେସେଜ ପଠାଇବେ । ମାଟ୍ରିକ ସହ ଓପନ ସ୍କୁଲ ସାର୍ଟିଫିକେଟ ଓ ମଧ୍ୟମା ରେଜଲ୍ଟ ଏକାସଙ୍ଗେ ପ୍ରକାଶିତ ହେବ । କରୋନା ପାଇଁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବାତିଲ୍‌ କରିଥିଲେ ରାଜ୍ୟ ସରକାର। ବିକଳ୍ପ ମୂଲ୍ୟାୟନ ସ୍ୱରୂପ ପ୍ରିବୋର୍ଡ ପରୀକ୍ଷା ଆଧାରରେ ପିଲାଙ୍କୁ ମାର୍କ ଦିଆଯାଇଛି।

ଚଳିତବର୍ଷ ରେକର୍ଡ ପ୍ରତିଶତ ୯୭.୮୯ ରେଜଲ୍ଟ ହୋଇଛି।A1 ରେ ୨୬୫୬ ଜଣ ରହିଥିବା ବେଳେ A2 ରେ 22 ହଜାର ୧୩୧ ଜଣ,B1 ରେ ୫୨୨୯୯ ଜଣ,B2 ରେ ୯୪୪୭୫ ଜଣ,C ରେ ୧୩୭୦୧୪ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି। ତେବେ ୭୭୦୩ ଜଣ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି।ଚଳିତବର୍ଷ ୫ ଲକ୍ଷ ୭୪ ହଜାର ୧୨୫ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ଫିଲପ କରିଥିବା ବେଳେ ୫ ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି।ସେଥିରୁ ୨ ଲକ୍ଷ ୮୦ ହଜାର ୩୫୨ ଜଣ ଛାତ୍ର ହୋଇଥିବାବେଳେ ୨ ଲକ୍ଷ ୮୧ ହଜାର ୬୫୮ ଜଣ ଛାତ୍ରୀ ପାସ କରିଛନ୍ତି।ତେବେ ୪୪୧୨ ଜଣ ଛାତ୍ରଛାତ୍ରୀ କୌଣସି ପରୀକ୍ଷା ଦେଇନାହାନ୍ତି।

ସେହିପରି ଚଳିତବର୍ଷ ୫୩ ହଜାର ୨୭୯ ଜଣ ଛାତ୍ରଛାତ୍ରୀ ଏକ୍ସ ରେଗୁଲାର ପାଇଁ ଫର୍ମ ଫିଲପ କରିଥିବାବେଳେ ୧୮୧୦ ଜଣ ପରୀକ୍ଷା ଦେଇନାହାନ୍ତି।ସେଥିରୁ ୪୭ ହଜାର ୬୦ ଜଣ ପାସ କରିଛନ୍ତି। ତେବେ ଏକ୍ସ ରେଗୁଲାରରେ ପାସ ହାର ୮୮.୩୩ ପ୍ରତିଶତ ରହିଛି।  ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ୯୯.୦୯ ପ୍ରତିଶତ ରେଜଲ୍ଟ ହୋଇଛି। ୫୯୪୫ ଟି ସ୍କୁଲରେ ଶତ ପ୍ରତିଶତ କୃତକାର୍ଯ୍ୟ ହୋଇ ଛନ୍ତି। କୌଣସି ସ୍କୁଲରେ ସୁନ ରେଜଲ୍ଟ ହୋଇନାହିଁ। ଜୁଲାଇ ୫ରେ ଚାହୁଁଥିବା ଛାତ୍ର ଛାତ୍ରୀ ଅଫ ଲାଇନ ପରୀକ୍ଷା ପାଇଁ ଫର୍ମ ପୂରଣ କରିବେ। ଏହି ପରୀକ୍ଷା ହୋଇ ଅଗଷ୍ଟ ଶେଷ ସୁଦ୍ଧା ଫଳ ପ୍ରକାଶ ପାଇବ ବୋଲି ଗଣଶିକ୍ଷାମନ୍ତ୍ରୀ ସୂଚନା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.