7th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, ଖାତାକୁ ଆସିବ 3 DA ବକେୟା ଟଙ୍କା

ଗତ ଦେଢ ବର୍ଷ ଧରି ୫୨ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୧ ଲକ୍ଷ ପେନସନଭୋଗୀ ମାନେ ଯେଉଁ ଖବରରକୁ ଅପେକ୍ଷା କରିଥିଲେ ତାହାର ଅନ୍ତ ଘଟିଛି । କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପ୍ରତିନିଧିତ୍ୱ କରୁଥିବା ଏକ ସଂଗଠନ ନ୍ୟାସନାଲ କାଉନସିଲ୍ ଆସନ୍ତାକାଲି କେନ୍ଦ୍ର ସରକାରଙ୍କ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ । ସୂଚନା ଅନୁଯାୟୀ ଗତ ମେ ମାସ ୮ ରେ ଏହି ବୈଠକ ଅନୁଷ୍ଠିତ ହେବାର ଥିଲା, କିନ୍ତୁ କରୋନା ମହାମାରୀ ହେତୁ ଏହି ବୈଠକ ସ୍ଥଗିତ ରଖାଯାଇଥିଲା। ସେବେଠାରୁ ଏହାର ନୂଆ ତାରିଖ ବିଷୟରେ କଳ୍ପନାଜଳ୍ପନା ଚାଲିଥିଲା।

ନ୍ୟାସନାଲ କାଉନସିଲ୍ ଅଫ୍ ଜେସିଏମର ଶିବ ଗୋପାଳ ମିଶ୍ର କହିଛନ୍ତି ଯେ ଏହି ବୈଠକର ମୂଳ ଉଦ୍ଦେଶ୍ୟ ହେଉଛି କେନ୍ଦ୍ରୀୟ କର୍ମଚାରୀଙ୍କୁ ସପ୍ତମ ବେତନ ଆୟୋଗ ର DA ବକେୟା ଅର୍ଥ ଏବଂ ଅବସରପ୍ରାପ୍ତ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ସପ୍ତମ ବେତନ ଆୟୋଗ DR ସୁବିଧା ପ୍ରଦାନ କରିବା। ଜେସିଏମ୍ ନ୍ୟାସନାଲ କାଉନସିଲ୍ ସୂଚନା ଦେଇଛି ଯେ ଏହି ବୈଠକରରେ ଭାରତର କ୍ୟାବିନେଟ୍ ସଚିବ ଅଧ୍ୟକ୍ଷତା କରିବେ।

ଶିବ ଗୋପାଳ ମିଶ୍ର କହିଛନ୍ତି ଯେ ଡିଏ, ଡିଆର ବକେୟା ସମ୍ପର୍କରେ କ୍ୟାବିନେଟ ସଚିବ ଏବଂ ଅର୍ଥ ମନ୍ତ୍ରଣାଳୟର ମନୋଭାବ ଅତ୍ୟନ୍ତ ସକରାତ୍ମକ, କାରଣ ଏହା ୧.୨ କୋଟି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ସହ ଜଡିତ। ଜୁଲାଇ୧ ରୁ କର୍ମଚାରୀଙ୍କ DA, DR କାର୍ଯ୍ୟ ପୁଣି ଥରେ ଆରମ୍ଭ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ ମଧ୍ୟ ୩ ଟି ଉଲ୍ଲେଖନୀୟ DA ବିଷୟରେ ଆନୁଷ୍ଠାନିକ ଭାବେ କିଛି କୁହାଯାଇ ନାହିଁ। ଏହାକୁ ନେଇ କର୍ମଚାରୀଙ୍କ ମନରେ ଆଶଙ୍କା ରହିଛି। କର୍ମଚାରୀମାନେ ଆଶା କରୁଛନ୍ତି ଯେ ଜୁଲାଇ ୧ ରୁDA ବୃଦ୍ଧି ସହିତ ସରକାର ସେମାନଙ୍କ ବକେୟା ଦେବେ।

ଅନ୍ୟପଟେ ସରକାର କର୍ମଚାରୀଙ୍କ ଭତ୍ତା( ୧ ଜାନୁଆରୀ -୨୦୨୧ ,୧ ଜୁଲାଇ -୨୦୨୦ ଏବଂ ୧ ଜାନୁଆରୀ -୨୦୨୧) ର ତିନୋଟି କିସ୍ତିରେ ଦେବା ପାଇଁ କୁହାଯାଇଥିଲା  । ମାତ୍ର କର୍ମଚାରୀମାନେ ଜୁଲାଇ, ୨୦୧୯ ରୁ ୧୭% ଭତ୍ତା ପାଇଛନ୍ତି, କାରଣ ଏହା ପରେ ପରବର୍ତ୍ତୀ ବୃଦ୍ଧି ଜାନୁଆରୀ ୧, ୨୦୨୦ ରେ ହୋଇଥିଲା ।  ଅର୍ଥାତ୍ ପ୍ରତି ୬ ମାସରେ ସଂଶୋଧନ କରାଯାଉଥିବା ବେଳେ ଦେଢ଼ ବର୍ଷ ଧରି କର୍ମଚାରୀଙ୍କ ଭତ୍ତାରେ କୌଣସି ପରିବର୍ତ୍ତନ ହୋଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.