ଅଭିନେତ୍ରୀ ନିବେଥା ପେଥୁରାଜଙ୍କ ଖାଦ୍ୟରୁ ବାହାରିଲା ଦୁଇଟି ଅସରପା, ରାଗି ଯାଇ ରେଷ୍ଟୁରାଣ୍ଟକୁ ଏମିତି ଦେଲେ ଗାଳି, ଭାଇରାଲ ହେଉଛି ପୋଷ୍ଟ

ତାମିଲ ଅଭିନେତ୍ରୀ ନିବେଥା ପେଥୁରାଜଙ୍କ ସହିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏହି ପୂରା ଘଟଣାକୁ ଅଭିନେତ୍ରୀ ଜଣକ ସୋସିଆଲ ମିଡିଆରେ ନିଜ ଫ୍ୟାନ୍ସଙ୍କ ସହିତ ସେୟାର କରିଛନ୍ତି। ନିବେଥା ୨୩ ଜୁନ୍‌ରେ ସ୍ୱିଗୀ ମାଧ୍ୟମରେ ଖାଦ୍ୟ ଅର୍ଡର କରିଥିଲେ। କିନ୍ତୁ ସେ ଏହି ଖାଦ୍ୟକୁ ଖାଇପାରି ନ ଥିଲେ, ଯାହାର କାରଣ ହେଉଛି ଅସରପା।

୨୩ ଜୁନ୍‌ ରାତିରେ ନିବେଥା ‘ମୁନଲାଇଟ ଟେକଅେଓ୍ଵ’ ନାମକ ରେଷ୍ଟୁରାଣ୍ଟରୁ ଖାଦ୍ୟ ଅର୍ଡର କରିଥିଲେ, ଯାହାକି ଏକ ରାଇସ୍‌ର ରେସିପି ଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା, ସେଥିରୁ ଦୁଇଟି ଅସରପା ବାହାରିଥିଲା। ସେ ଅର୍ଡର କରିଥିବା ଏହି ଖାଦ୍ୟର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ତାଙ୍କ ସହିତ ଘଟିଥିବା ଏମିତି ଏକ ଘଟଣାକୁ ନେଇ ଅଭିନେତ୍ରୀ ଜଣକ ଚିନ୍ତିତ ହୋଇପଡ଼ିଛନ୍ତି ଏବଂ ନିଜର ପୂରା ଅନୁଭବ ଫ୍ୟାନ୍ସଙ୍କୁ ଜଣାଇଛନ୍ତି।

ନିବେଥା ନିଜ ପୋଷ୍ଟରେ ଲେଖିଛନ୍ତି କି, ‘ମୋତେ କୌଣସି ଅନୁମାନ ନାହିଁ କି, ଆଜିକାଲି ସ୍ୱିଗୀ ଏବଂ ରେଷ୍ଟୁରାଣ୍ଟଗୁଡ଼ିକ କ’ଣ ମେଣ୍ଟେନ କରୁଛନ୍ତି। ମୋ ଖାଦ୍ୟରୁ ଦୁଇଥର ଅସରପା ବାହାରିଛି। ଏହା ବହୁତ ଜରୁରୀ କି, ଏହି ରେଷ୍ଟୁରାଣ୍ଟଗୁଡ଼ିକୁ ନିୟମିତ ରୂପେ ପରୀକ୍ଷଣ କରାଯାଉ। ଯଦି ଏହା ମାନକ ଅନୁସାରେ ଠିକ୍‌ ନୁହେଁ, ତା’ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ’।

food
photo: Zee News

ତେବେ ଅଭିନେତ୍ରୀଙ୍କ ଏହି ପୋଷ୍ଟ ଉପରେ ଫ୍ୟାନମାନେ ମଧ୍ୟ ନିଜର ପ୍ରତିକ୍ରିୟା ଦେଇଥିଲେ। ଏହାପରେ ନିବେଥା ଆଉ ଏକ ପୋଷ୍ଟ କରିଛନ୍ତି ଆଉ ଲେଖିଛନ୍ତି କି, ‘ମୋତେ ଏମିତି କିଛି ଖବର ମିଳିଛି, ଯେଉଁମାନେ କହିଛନ୍ତି କି, ଏହା ପ୍ରଥମ ଥର ହୋଇନାହିଁ। ପୂର୍ବରୁ ମଧ୍ୟ ଏହି ରେଷ୍ଟରାଣ୍ଟରୁ ମଗାଇଥିବା ଖାଦ୍ୟରୁ ଅସରପା ବାହାରିଛି। ଏହାସତ୍ତ୍ୱେ ଉକ୍ତ ରେଷ୍ଟୁରାଣ୍ଟ ଏତେ ଦାୟିତ୍ୱହୀନତା କେମିତି ହୋଇପାରୁଛି। ସ୍ୱିଗୀକୁ ଅନୁରୋଧ କି, ତୁରନ୍ତ ଏହି ରେଷ୍ଟୁରାଣ୍ଟକୁ ସ୍ୱିଗୀ ଆପ୍‌ରୁ ହଟାଇ ଦେଉ’।