Below header

ମାଓବାଦୀଙ୍କ ପାଇଁ ଯାଉଥିଲା ୫୧ ଲକ୍ଷ ୧୬ ହଜାର ଟଙ୍କା, ୨ ଅଭିଯୁକ୍ତଙ୍କ ସହ ଟଙ୍କା ଓ ଗାଡିକୁ ଜବତ କଲେ BSF ଯବାନ

କେନ୍ୟୁଜ୍(ବ୍ୟୁରୋ):ଗାଡ଼ିରୁ ଜବତ ହେଲା ୫୧ ଲକ୍ଷ ଟଙ୍କା। କୋରାପୁଟ ଜିଲ୍ଲା କଡ୍ରି ଗାଁ ନିକଟରେ ବିଏସ୍‌ଏଫ ଯବାନ ଗାଡ଼ି ଯାଞ୍ଚ କରୁଥିବା ବେଳେ ଜବତ ହେଲା ହୋଇଛି ଏହି ଟଙ୍କା। ଏ ଘଟଣାରେ ୨ ଜଣଙ୍କୁ ଅଟକ ରଖାଯାଇଛି। ଏହି ଟଙ୍କା ନବରଙ୍ଗପୁରରୁ ଆନ୍ଧ୍ରପ୍ରଦେଶର ଗୁନ୍ତାରଗୁଡ଼ା ଗାଁକୁ ଯାଉଥିଲା। ଯାଞ୍ଚ ବେଳେ ଗାଡ଼ିରୁ ୫୧ଲକ୍ଷ ୬୧ହଜାର ୬୫୦ ଟଙ୍କା ଜବତ ହୋଇଥିଲା। ବିଏସ୍‌ଏଫ ଯବାନ ମାଛକୁଣ୍ଡ ପୋଲିସ ପାଖରେ ଗାଡି, ଜବତ ଟଙ୍କା ଓ ଅଭିଯୁକ୍ତମାନଙ୍କୁ ହସ୍ତାନ୍ତର କରିଛନ୍ତି।

cash seized mao

ବିଏସ୍‌ଏଫ ସୂଚନା ଦେଇଛି, ଏହି ଟଙ୍କା ମାଓବାଦୀଙ୍କ ପାଖକୁ ଯାଉଥିଲା। ଦୁଇ ଅଭିଯୁକ୍ତ ହେଲେ ବିଜୟ ଖେମୁଣ୍ଡୁ ଓ ଭଗବାନ ଖେମୁଣ୍ଡୁ ବୋଲି ଜଣା ପଡିଛି। ଏହି ଟଙ୍କା କେଉଁଠୁ ଆସିଥିଲା ଓ କାହା ପାଖକୁ ଯାଉଥିଲା ତାହାର   ତଦନ୍ତ ଜାରି ରଖିଛି ମାଛକୁଣ୍ଡ ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.