Below header

ସହିପାରିଲେନି ପ୍ରେମିକର ତାଡ଼ନା, ବ୍ଲାକମେଲିଂରୁ ବଞ୍ଚିବାକୁ ଯୁବତୀ ପିଇଲେ ଏସିଡ୍‌

ଗ୍ଵାଲିୟର ଅନ୍ତର୍ଗତ ଇନ୍ଦରଗଞ୍ଜ ଥାନା ଅଞ୍ଚଳରେ ଜଣେ ଯୁବତୀ ପ୍ରେମିକର ବ୍ଲାକମେଲିଂରେ ଅତିଷ୍ଠ ହୋଇ ଏସିଡ୍‌ ପିଇ ଆତ୍ମହତ୍ୟା କରିଛନ୍ତି। ଗତ ନଭେମ୍ବର ୫ ତାରିଖରେ ଯୁବତୀ ଜଣକ ଏହି ବିଷାକ୍ତ ପଦାର୍ଥ ସେବନ କରିଥିଲେ। ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଜୟାରୋଗ୍ୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି।

ଯୁବତୀ ଜଣକ ମୃତ୍ୟୁ ପୂର୍ବରୁ ପୋଲିସକୁ ଦେଇଥିବା ବୟାନରେ କହିଥିଲେ ଯେ ସେ ଅଜୟ ନାମକ ଜଣେ ଯୁବକକୁ ଭଲ ପାଉଥିଲେ। ଅଜୟ ବିବାହିତ ହୋଇଥିଲେ ମଧ୍ୟ ନିଜକୁ ଅବିବାହିତ ଦର୍ଶାଇ ଅନେକ ଥର ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ପରେ ଅଜୟ ବିବାହିତ ବୋଲି ସେ ଜାଣିବାକୁ ପାଇଥିଲେ। ଖବର କାଗଜ ଉପରେ ଲେଖିଥିବା ସୁଇସାଇଡ୍‌ ନୋଟ୍‌ରେ ଯୁବତୀ ଜଣକ ଅଜୟ ଓ ତାଙ୍କ ପତ୍ନୀଙ୍କ ନାମ ଉଲ୍ଲେଖ କରିଛନ୍ତି।

ରିପୋର୍ଟ ମୁତାବକ, ଅଜୟଙ୍କ ପତ୍ନୀ ଯୁବତୀଙ୍କ ଘରକୁ ଆସି ତାଙ୍କୁ ଧମକ ଦେଇଯାଇଥିଲେ। ତା’ପରଠୁ ସେ ଅଜୟଙ୍କ ସହ ମିଳାମିଶା ବନ୍ଦ କରିଦେଇଥିଲେ। କିନ୍ତୁ ପରେ ଅଜୟ ତାଙ୍କର ଏକ ଅଶ୍ଳୀଳ ଭିଡିଓ ରଖିଥିବା ନେଇ କହିବା ସହ ସମ୍ପର୍କ ନ ରଖିଲେ ତାହାକୁ ଭାଇରାଲ କରିଦେବାକୁ ଧମକ ଦେଇଥିଲେ। ଫଳରେ ବାଧ୍ୟ ହୋଇ ଯୁବତୀ ଜଣକ ଅଜୟ ସହ ସମ୍ପର୍କ ରଖିଥିଲେ। ପ୍ରତିଦିନ ଏଭଳି ପ୍ରତାଡ଼ିତ ହେବା ଯୋଗୁ ଅତିଷ୍ଠ ହୋଇ ଯୁବତୀ ଏଭଳି ପଦକ୍ଷେପ ନେଇଥିବା କହିଥିଲେ।

ଏନେଇ ଥାନାଧିକାରୀ ଦୀପ ସିଂହ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ଯୁବତୀଙ୍କ ମୃତ୍ୟୁ ପୂର୍ବର ବୟାନ ଆଧାରରେ ପୋଲିସ ଖୁବ୍‌ ଶୀଘ୍ର ଅଭିଯୁକ୍ତ ଅଜୟ ଓ ତାଙ୍କ ପତ୍ନୀଙ୍କୁ ଗିରଫ କରିବ ଓ ଯୁବତୀଙ୍କୁ ନ୍ୟାୟ ଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.