ଆଜିଠୁ ବିଧାନସଭାର ବଜେଟ୍‌ ଅଧିବେଶନ: ପ୍ରଥମ ଦିନରେ ଉପସ୍ଥାପନ ହେବ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌

ଭୁବନେଶ୍ୱର (କେନ୍ୟୁଜ୍): ଆଜିଠୁ ବିଧାନସଭାର ବଜେଟ୍‌ ଅଧିବେଶନ । ପ୍ରତିଦିନ ୬ଘଣ୍ଟା ଲେଖାଏଁ ଗୃହ ଚାଲିବ । ପ୍ରଥମ ଦିନରେ ଉପସ୍ଥାପନ ହେବ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ । ଏଥର ବଜେଟ ଆକାର ୨ଲକ୍ଷ କୋଟି ଟପିବାର ସମ୍ଭାବନା ରହିଛି । ବଜେଟ୍‌ରେ କିଛି ନୂଆ ଯୋଜନା ଆସିପାରେ ।

ପୂର୍ଣ୍ଣାଙ୍ଗ ବଜେଟରେ କୃଷି, ମିଶନ ଶକ୍ତି, ସ୍ୱାସ୍ଥ୍ୟ, ଶିକ୍ଷା ଓ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ମିଳିପାରେ । ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଆଗତ ହୋଇପାରିନଥିଲା। ପୂର୍ବରୁ ୪ମାସ ପାଇଁ ପ୍ରାୟ ୧ଲକ୍ଷ ୬ହଜାର କୋଟିର କାମଚଳା ବଜେଟ ଉପସ୍ଥାପିତ ହୋଇଥିଲା।

ସେପଟେ ବଜେଟ୍‌ ଅଧିବେଶନରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଦଳ ପ୍ରସ୍ତୁତ । ଆଇନଶୃଙ୍ଖଳା ଠାରୁ ଆରମ୍ଭ କରି କୃଷି ଓ କୃଷକ ସମସ୍ୟା, ବେକାରୀ ସମସ୍ୟା, ବିଜୁଳି କାଟ୍‌ ଆଦି ପ୍ରସଙ୍ଗ ଉଠାଇବାକୁୁ ଯୋଜନା ରହିଛି । ଏପଟେ ବିରୋଧୀଙ୍କୁ କାଉଣ୍ଟର କରିବାକୁ ପ୍ରସ୍ତୁତ ସରକାରୀ ଦଳ । ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଜେଡି ବିଧାୟକ ଦଳ ବୈଠକ ବସି ରଣନୀତି ପ୍ରସ୍ତୁତ ହେବ। ଜୁଲାଇ ୨ରୁ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.