ସମ୍ବଲପୁର: ୨୫ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ପରେ ବୁର୍ଲା ଭିସୁଟ ସଟ୍ଡାଉନ୍
ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁର ବୁର୍ଲା ଭିସୁଟରେ ୨୫ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ପରେ ସଂପୂର୍ଣ୍ଣ ଅଞ୍ଚଳକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏହା ସହ ଭିସୁଟ୍ର ପୁଲସ୍ତ୍ୟ, ମରିଚି, ପୁଲହ, ବସିଷ୍ଟ, ଅତ୍ରି, କତ୍ତୃ, ଅନୁରାଧା, ଅରୁନ୍ଧତୀ, ରୋହିନୀ ଓ ବିଶାଖା ହଷ୍ଟେଲ ଗୁଡିକୁ କଣ୍ଟେନ୍ମେଣ୍ଟ ଜୋନ୍ କରାଯାଇଛି । ଭିସୁଟ୍ର ପୁଲହ ହଷ୍ଟେଲକୁ ବଫରଜୋନ୍ ଭାବେ ଘୋଷଣା ହୋଇଛି । ଏହି ଅଞ୍ଚଳ ଦେଇ ସର୍ବସାଧାରଣ ଯାଇପାରିବେ ନାହିଁ ।
ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ଅଞ୍ଚଳ ସଟ୍ଡାଉନ୍ ରହି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଭିସୁଟ୍ର ତିନିଟି ଛାତ୍ର ଓ ୨ଟି ଛାତ୍ରୀନିବାସରୁ ଗତ ଦୁଇ ଦିନରେ ୨୫ରୁ ଅଧିକ ଛାତ୍ରଛାତ୍ରୀ କୋଭିଡ ସଂକ୍ରମିତ ହୋଇଥିବା ଜଣାପଡିଛି । ୧୬ଜଣ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ପରିସରରେ ଥିବା ଅସ୍ଥାୟୀ କୋଭିଡ ସଙ୍ଗରୋଧ ହଲରେ ରଖାଯାଇଛି । ୯ଜଣ ଛାତ୍ରଛାତ୍ରୀ ନିଜ ଘରକୁ ଚାଲିଯାଇଥିବା ସୂଚନା ମିଳିଛି । ସ୍ଥିତି ନସୁଧୁରିବା ପର୍ୟ୍ୟନ୍ତ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ ଆସିବାକୁ ବାରଣ କରିଛନ୍ତି ଭିସୁଟ କର୍ତ୍ତୃପକ୍ଷ । ହଷ୍ଟେଲର ଅନ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କ କୋଭିଡ ଟେଷ୍ଟ କରାଯିବ ।