କେନ୍ଦୁଝର କାଞ୍ଜିପାଣି ଘାଟିରେ ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ, ୧ ମୃତ ୨୦ରୁ ଊର୍ଦ୍ଧ୍ବ ଆହତ

ବାଂଶପାଳ (କେନ୍ୟୁଜ୍) : କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା କାଞ୍ଜିପାଣି ଘାଟିରେ ବସ କୁ ପଛପଟୁ ଧକାଦେଲା ଟ୍ରକ। ଧକ୍କା ଦେବା ଫଳରେ ଉଭୟ ବସ ଓ ଟ୍ରକ ଓଲଟି ପଡିବାବାରୁ ବସ ରେ ଥିବା ଜଣେ ୬ ବର୍ଷ ର ଶିଶୁ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ୨୦ରୁ ଊର୍ଦ୍ଧ ଯାତ୍ରୀ ଆହତ ହୋଇଛନ୍ତି ।

ଆହତମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଥିବାରୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ରାକେଶ ନାମକ ଏକ ବସ କେନ୍ଦୁଝରରୁ ରାଉରକେଲା ଯାଉଥିବା ସମୟରେ ମଧ୍ୟରାତ୍ରିରେ ଦୁର୍ଘଟଣା ଘଟିଥିଲା । ଘଟଣା ସ୍ଥଳରେ କାଞ୍ଜିପାଣି ପୋଲିସ ପହଁଚି ଆହତଙ୍କୁ ମେଡ଼ିକାଲ ପଠାଇବା ସହ ଉଭୟ ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.