Below header

ନବୀନଙ୍କ ମିଶନ ମୟୂରଭଞ୍ଜ,ଆଜି ୬ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର

କେନ୍ୟୁଜ୍ : ନବୀନଙ୍କ ମିଶନ ମୟୂରଭଞ୍ଜ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମୟୂରଭଞ୍ଜରେ ନବୀନଙ୍କ ରହିଛି ମାରାଥନ କ୍ୟାମ୍ପେନ । ଆଜି ସକାଳ ୯ଟା ୪୦ରେ ବାରିପଦାର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏହା ପରେ ୧୦ଟା ୧୫ମିନିଟରେ ଉଦଳା ବିଧାନସଭା ଆସନର କରପଦା ଠାରେ ସାଧାରଣ ସଭାରେ ଯୋଗଦେବେ ନବୀନ । ପରେ ମୋରଡ଼ା, ବାଙ୍ଗିରିପୋଷୀ, ସାରସକଣା ଓ ରାଇରଙ୍ଗପୁରର କଚେରୀ ପଡ଼ିଆରେ ସାଧାରଣ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ ବିଜେଡି ସୁପ୍ରିମୋ । ରାଇରଙ୍ଗପୁରରେ ସଭା ପରେ ରୋଡ ସୋ’ର କାର୍ଯ୍ୟକ୍ରମ ରହିଛି । ଏହା ପରେ ଯଶୀପୁର ଠାରେ ହେବାକୁ ଥିବା ସଭାରେ ଯୋଗ ଦେବେ । ଅପରାହ୍ନ ୪ଟା ୨୫ରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଠାରେ ସାଧାରଣ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଅପରାହ୍ନ ୫ଟାରେ ନବୀନ ନିବାସ ଫେରିବେ ମୁଖ୍ୟମନ୍ତ୍ରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.